ଆବଶ୍ୟକ ସାମଗ୍ରୀ: ବୁଟଡାଲି, ଚାଉଳ ଚୂନା, ଧଳା ରାଶି, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ଲୁଣ, ହେଙ୍ଗୁ, କଟା ଭୃଷଙ୍ଗପତ୍ର ଓ ରିଫାଇନ୍ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବୁଟଡାଲିକୁ ପାଣିରେ ଭିଜାଇ ରଖନ୍ତୁ। ଏକ ପାତ୍ରରେ ପାଣି ଗରମ କରି ଭିଜା ବୁଟଡାଲି, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ଲୁଣ, ହେଙ୍ଗୁ, କଟା ଭୃଷଙ୍ଗପତ୍ର, ରିଫାଇନ୍ ତେଲ ଓ ଚାଉଳ ଚୂନା ପକାଇ ଜନ୍ତୁଣି ପ୍ରସ୍ତୁତ କରନ୍ତୁ। ଏହାପରେ ଏହି ଜନ୍ତୁଣିକୁ ବିଭିନ୍ନ ଆକାରର କରି ସେଥିରେ ଧଳା ରାଶି ଲଗାଇ ରଖନ୍ତୁ। ଏବେ ଏକ କରେଇରେ ତେଲ ଗରମ କରି ଗଢ଼ିରଖିଥିବା ଜନ୍ତୁଣିକୁ ଛାଣନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ଜନ୍ତୁଣି ଖଡ଼ୁ’।
from Odisha Reporter https://ift.tt/3c2dupk
No comments:
Post a Comment