୪ଟି କ୍ୟାମେରା ସହ ଲଞ୍ଚ ହେଲା Galaxy A71 - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 19, 2020

୪ଟି କ୍ୟାମେରା ସହ ଲଞ୍ଚ ହେଲା Galaxy A71

ନୂଆଦିଲ୍ଲୀ: ଗତ କିଛିଦିନ ହେବ ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ୍ ଭାରତୀୟ ବଜାରରେ ଗୋଟିଏ ପରେ ଗୋଟିଏ  ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍ କରୁଛି। ଏବେ କମ୍ପାନୀ ଆଉ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍‌ କରିଛି। ଯାହାର ନାଁ ରହିଛି Galaxy A71। ଏହି ସ୍ମାର୍ଟଫୋନ୍‌ର ବିଶେଷତ୍ତ୍ୱ ହେଉଛି ଏହାର ୬୪ ମେଗାପିକ୍ସେଲ୍‌ କ୍ୱାଡ୍‌ କ୍ୟାମେରା ସେଟ୍‌ଅପ୍‌ ଓ Infinity O ଡିସ୍‌ପ୍ଲେ।

କମ୍ପାନୀ Galaxy A71କୁ 8GB ରାମ୍‌ 128GBର ଇଣ୍ଟରନାଲ୍‌ ଷ୍ଟୋରେଜ୍‌ ସହ ଗୋଟିଏ ଭ୍ୟାରିଆଣ୍ଟରେ ଲଞ୍ଚ୍ କରିଛି। ଯାହାର ମୂଲ୍ୟ ୨୯ ହଜାର ୯୯୯ ଟଙ୍କା ରଖାଯାଇଛି। ଏହି ଫୋନ୍‌ଟିକୁ ଆପଣ କ୍ରଶ ବ୍ଲୁ, ବ୍ଲାକ୍ ଓ ସିଲ୍‌ଭର୍‌ ୩ଟି କଲର ଅପଶନ୍‌ରେ କିଣିପାରିବେ। ଫୋନ୍‌ଟି ଆସନ୍ତା ୨୪ ତାରିଖରୁ ଅଫ୍‌ଲାଇନ୍‌ ଷ୍ଟୋର ସେମତ ସାମସଙ୍ଗ ଓପେରା ହାଉସ୍‌, ସାମସଙ୍ଗ ଇ-ଶପ୍ ଓ ଇ-କମର୍ସ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ।

Galaxy A71ର ଫିଚର:

  • ଡିସ୍‌ପ୍ଲେ ସାଇଜ୍‌: ୬.୭ ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍: ଫୁଲ୍‌ ଏଚ୍‌ଡି ସୁପର୍‌ ଆମୋଲେଡ୍ 1080×2400  ୱିଥ୍‌ Infinity O ପ୍ୟାନେଲ୍
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ 10
  • ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍ ୭୩୦
  • ରାମ୍: 8 GB
  • ଷ୍ଟୋରେଜ୍: 128 GB ଏକ୍ସପାଣ୍ଡେବଲ୍ ଅପ୍‌ଟୁ 512GB
  • ରିୟର କ୍ୟାମେରା: 64MP + 12MP + 5MP + 5MP
  • ଫ୍ରଣ୍ଟ୍‌ କ୍ୟାମେରା: 32 MP
  • ବ୍ୟାଟେରୀ: 4500mAh ସହ ଫାଷ୍ଟ ଚାର୍ଜିଂ ସପୋର୍ଟ


from Odisha Reporter https://ift.tt/3bOPQfM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages