ସାମ୍ନାକୁ ଆସିଲା ‘ଥଲାଇଭି’ରେ କଙ୍ଗନାଙ୍କ ଆଉ ଏକ ଲୁକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 24, 2020

ସାମ୍ନାକୁ ଆସିଲା ‘ଥଲାଇଭି’ରେ କଙ୍ଗନାଙ୍କ ଆଉ ଏକ ଲୁକ୍

ମୁମ୍ବାଇ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟାଲଳିତାଙ୍କ ବାୟୋପିକ୍ ‘ଥଲାଇଭି’କୁ ନେଇ ଏବେ କଙ୍ଗନା ରାଣାଓ୍ୱତ୍‌ ଭାରି ବ୍ୟସ୍ତ। ସେ ଫିଲ୍ମରେ ନିଜର ୧୦୦ ପ୍ରତିଶତ ଦେବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ଜୟାଲଳିତାଙ୍କର ୭୨ତମ ଜନ୍ମ ବାର୍ଷିକିରେ ତାଙ୍କର ଏକ ଲୁକ୍‌ ଶେଆର୍‌ କରିଛନ୍ତି। ଏଥିରେ ଜୟଲଳିତାଙ୍କ ରାଜନୀତିରେ ପ୍ରବେଶ କରିବାର ଲୁକ୍‌ ଦର୍ଶାଯାଇଛି।

କଙ୍ଗନାଙ୍କ ଟିମ୍‌ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରିଛନ୍ତି ଯେଉଁଥିରେ ସେ ଅବିକଳ ଜୟାଲଳିତାଙ୍କ ପରି ଦେଖାଯାଉଛନ୍ତି। ତାଙ୍କରି ଭଳି ଶାଢ଼ୀ ଓ ସମାନ ହେୟାର ଷ୍ଟାଇଲ୍ ଓ ସମାନ ବିନ୍ଦି ପିନ୍ଧି କଙ୍ଗନା ଏକଦମ୍‌ ଜୟାଲଳିତାଙ୍କ ପ୍ରତିଛବି ଭଳି ଲାଗୁଛନ୍ତି। ଏହା ପୂର୍ବରୁ ମଧ୍ୟ ଫିଲ୍ମର ଏକ ଲୁକ୍‌ ସାମ୍ନାକୁ ଆସିଥିଲା ଯାହା ପାଇଁ କଙ୍ଗନାଙ୍କୁ ସୋଶାଲ୍‌ ମିଡିଆରେ ବହୁତ ଟ୍ରୋଲ୍‌ କରାଯାଇଥିଲା। ହେଲେ ଏବେ ସେ ଯେଉଁ ଲୁକ୍‌ ଶେୟାର୍‌ କରିଛନ୍ତି ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି।

ଫିଲ୍ମରେ ଜୟଲଳିତାଙ୍କ ଭଳି ଦେଖାଯିବାକୁ କଙ୍ଗନା ନିଜର ଓଜନ ବଢ଼ାଇଛନ୍ତି। ଏକ ସାକ୍ଷାତକାରରେ ସେ କହିଥିଲେ ଯେ ଏହି ଫିଲ୍ମରେ ଜୟାଲଳିତାଙ୍କ ପରି ଦେଖାଯିବା ପାଇଁ ସେ ହର୍ମୋନ୍ ଟାବ୍ଲେଟ୍ ଖାଉଥିଲେ। ଜୟଲଳିତା ଯେତେବେଳେ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ଥିଲେ ବହୁତ ସ୍ଲିମ୍ ଥିଲେ। ତେଣୁ ଫିଲ୍ମର ପ୍ରଥମ ଭାଗରେ ତାଙ୍କ ଲୁକ୍‌ ମଧ୍ୟ ବେଶ୍ ସ୍ଲିମ୍‌ ରହିଛି। କିନ୍ତୁ ଯେତେବେଳେ ଜୟାଲଳିତା ରାଜନୀତିରେ ପ୍ରବେଶ କଲେ ସେତେବେଳକୁ ପୂରାପୂରି ଅଲଗା ଦେଖାଯାଉଥିଲେ। ଫଳରେ ଫିଲ୍ମରେ ତାଙ୍କ ଲୁକ୍‌ରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକ ପଡ଼ୁଥିଲା। ତେଣୁ ଅବିକଳ ଜୟାଲଳିତାଙ୍କ ଭଳି ଦିଶିବା ପ୍ରଚେଷ୍ଟାରେ ସେ ଓଜନ ବଢ଼ାଇବାକୁ ସ୍ୱତନ୍ତ୍ର ଖାଦ୍ୟ ଖାଇବା ସହ ହର୍ମୋନ ଟାବ୍ଲେଟ୍‌ ମଧ୍ୟ ଖାଉଥିଲେ।

ସୂଚନାଯୋଗ୍ୟ, ଫିଲ୍ମଟି ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ୍‌ର ନାଁ ତାମିଲ୍‌ରେ ‘ଥଲାଇଭି’ ଓ ହିନ୍ଦୀରେ ‘ଜୟା’ ରଖାଯାଇଛି। ଫିଲ୍ମଟି ଏ. ଏଲ୍‌ ବିଜୟଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବାବେଳେ ଏହାର ପ୍ରଯୋଜନା ବିଷ୍ଣୁ ଇନ୍ଦୁରି କରୁଛନ୍ତି। ଫିଲ୍ମଟି ୨୬ ଜୁନ୍‌ରେ ପରଦାକୁ ଆସିବ।



from Odisha Reporter https://ift.tt/2PkZg9l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages