ଶାହୀନ ବାଗ ଶୁଣାଣି ମାର୍ଚ୍ଚ ୨୩କୁ ଘୁଞ୍ଚିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 25, 2020

ଶାହୀନ ବାଗ ଶୁଣାଣି ମାର୍ଚ୍ଚ ୨୩କୁ ଘୁଞ୍ଚିଲା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦୀର୍ଘ ୨ ମାସରୁ ଅଧିକ ଦିନ ହେଲା ଶାହୀନ ବାଗରେ ଚାଲିଥିବା ଆନ୍ଦୋଳନ ଉପରେ ସୁପ୍ରିମକୋର୍ଟ କୌଣସି ରାୟ ଦେଇନାହାନ୍ତି। ବର୍ତ୍ତମାନ ମାମଲାରେ କୌଣସି ନିର୍ଦ୍ଦେଶ ଦେବା ପାଇଁ ପରିବେଶ ଠିକ ନାହିଁ ବୋଲି କୋର୍ଟ କହିଛନ୍ତି।

ଏଥିସହ ସବୁ ପକ୍ଷ ଓ ରାଜନୀତି ଦଳଗୁଡ଼ିକୁ ସୁପ୍ରିମକୋର୍ଟ ନିଜର ଉତ୍ତେଜନାପୂର୍ଣ୍ଣ କଥା କମ କରିବା ଏବଂ ନରମ ମନୋଭାବ ଦେଖାଇବା ପାଇଁ ପରାମର୍ଶ ଦେଇଛନ୍ତି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୩ରେ କରାଯିବ।

ଅନ୍ୟପକ୍ଷରେ ପୂର୍ବ ଶୁଣାଣି ବେଳେ ସୁପ୍ରିମକୋର୍ଟ ଶାହୀନ ବାଗ ଆନ୍ଦୋଳନକାରୀଙ୍କ ସହ କଥାବାର୍ତ୍ତା କରିବାକୁ ମଧ୍ୟସ୍ଥି ନିଯୁକ୍ତ କରିଥିଲେ। ଦୁଇ ମଧ୍ୟସ୍ଥି ସଞ୍ଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନ ୩ଦିନ କାଳ ଶାହୀନ ବାଗ ଯାଇ ସେଠାରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ସୋମବାର ସେମାନେ ସୁପ୍ରିମକୋର୍ଟରେ ଆଲୋଚନାର ରିପୋର୍ଟକୁ ସିଲ୍‌ କଭରରେ ଦାଖଲ କରିଛନ୍ତି। ହେଲେ ଏହା ଉପରେ ଆଜି ଶୁଣାଣି ବେଳେ କୋର୍ଟ କୌଣସି ଟିପ୍ପଣୀ କରିନାହାନ୍ତି।

ଯେବେଠାରୁ ନାଗରିକତା ସଂଶୋଧନ ଆଇନ(ସିଏଏ) ଦେଶରେ ଲାଗୁ ହୋଇଛି ସେବେଠାରୁ ଶାହୀନ ବାଗରେ ଶତାଧିକ ପୁରୁଷ ଓ ମହିଳା ରାସ୍ତା ବନ୍ଦ କରି ଆନ୍ଦୋଳନ କରୁଛନ୍ତି। କେବଳ ଆମ୍ବୁଲାନ୍ସ ଓ ସ୍କୁଲ ଗାଡ଼ିକୁ ଯିବା ଆସିବା କରିବାକୁ ଆନ୍ଦୋଳନକାରୀ ଅନୁମତି ଦେଇଛନ୍ତି। ହେଲେ ସାଧାରଣ ଲୋକ ଏହାଦ୍ୱାରା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହା ବିରୋଧରେ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି।



from Odisha Reporter https://ift.tt/3a5sNvp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages