କାମ ‍ବଦଳରେ ମିଳୁଛି ନିର୍ଯାତନା; ଉଦ୍ଧାର ପାଇଁ ୮ ଯୁବତୀଙ୍କ ଆକୁଳ ନିବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 26, 2020

କାମ ‍ବଦଳରେ ମିଳୁଛି ନିର୍ଯାତନା; ଉଦ୍ଧାର ପାଇଁ ୮ ଯୁବତୀଙ୍କ ଆକୁଳ ନିବେଦନ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଦକ୍ଷତା ବିକାଶ ତାଲିମ ନାଁରେ ନିର୍ଯାତନା ଅଭିଯୋଗ। ଏପରି ଅଭିଯୋଗ ଆଣିଛନ୍ତି ବେଙ୍ଗାଲୁରୁରେ ଫସି ରହିଥିବା ବଲାଙ୍ଗିରର ୮ ଜଣ ଯୁବତୀ । ବେଙ୍ଗାଲୁରୁ ଯିବା ପୂର୍ବରୁ ସେଠାରେ ବଡ ବଡ ମଲ୍‌ଗୁଡିକରେ ରିଟେଲ କାମରେ ନିୟୋଜିତ କରାଯିବ ବୋଲି ସେମାନଙ୍କୁ କୁହାଯାଇଥିଲା । କିନ୍ତୁ ସେଠାରେ ସେମାନଙ୍କୁ ୧୨ ରୁ ୧୪ ଘଣ୍ଟା ପର୍ଯ୍ୟନ୍ତ କାମ କରାଯାଉଥିବା ବେଳେ ଠିକ୍‌ ଭାବରେ ପାଉଣା ମଧ୍ୟ ଦିଆଯାଉନାହିଁ। ଏକ ଭିଡିଓ ମାଧ୍ୟମରେ ସେମାନେ ନିଜ ନିର୍ଯାତନାର କାହାଣୀ ବଖାଣିଛନ୍ତି। ଏଥିସହ ଶୀଘ୍ର ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି ।

ଗରିବ ଯୁବକଯୁବତୀଙ୍କୁ ବିଭିନ୍ନ ପ୍ରକାର ତାଲିମ ଦେଇ ଦକ୍ଷତା ବିକାଶ ସହିତ ରୋଜଗାରକ୍ଷମ କରିବା ପାଇଁ କେନ୍ଦ୍ର ସରକାରଙ୍କ ଡି.ଡି.ୟୁ-ଜି.କେ. ୱାଇ ଯୋଜନା ରହିଛି । ଏହି ଯୋଜନାରେ ଯୁବକଯୁବତୀମାନେ ୬ ମାସ ତାଲିମ ନେବା ପରେ, କୌଣସି ସଂସ୍ଥା କିମ୍ବା କମ୍ପାନୀକୁ ତାଲିମ ପାଇଁ ସେମାନଙ୍କୁ ପଠାଇବା ସହିତ ନିଯୁକ୍ତି ଯୋଗାଇ ଦେବାର ବ୍ୟବସ୍ଥା ରହିଛି।

ବଲାଙ୍ଗିର ଜିଲ୍ଲାର ବହୁ ବେକାର ଯୁବକ ଯୁବତୀଙ୍କୁ ଏହି ଯୋଜନାରେ ତାଲିମ ପ୍ରଦାନ କରାଯାଇଥିଲା । ସେଥିମଧ୍ୟରୁ କେତେକ ଯୁବକ ଯୁବତୀଙ୍କୁ ରିଟେଲ ସୋପ୍‌ ଟ୍ରେନିଂ ଦେବା ପରେ ବେଙ୍ଗାଲୁରୁ ପଠାଯାଇଥିଲା । ସେଠାରେ ବଡ ବଡ ମଲ୍‌ଗୁଡିକରେ ରିଟେଲ କାମରେ ନିୟୋଜିତ କରାଯିବ ବୋଲି କୁହାଯାଇଥିଲା । କିନ୍ତୁ ବାସ୍ତବରେ କୌଣସି ଏକ କଂପାନୀରେ ଜିନିଷପତ୍ର ପ୍ୟାକିଂ କାମରେ ସେମାନଙ୍କୁ ନିୟୋଜିତ କରାଯାଇଛି । ୮ ଘଣ୍ଟା ଜାଗାରେ ୧୨ ରୁ ୧୪ ଘଣ୍ଟା ପର୍ଯ୍ୟନ୍ତ କାମ କରାଯାଉଥିବା ଅଭିଯୋଗ କରିଛନ୍ତି ଫସିଥିବା ଯୁବତୀମାନେ ।

ସେଠାରେ  ସେମାନଙ୍କୁ ଠିକ୍‌ ଭାବରେ ପାଉଣା ଦିଆଯାଉ ନ ଥିବା ବେଳେ ମେଡିକାଲ ସୁବିଧା ମଧ୍ୟ ପ୍ରଦାନ କରାଯାଉନାହିଁ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବଲାଙ୍ଗିର ଜିଲ୍ଳା ସଦର ବ୍ଳକ ଏବଂ ଦେଓଗାଁ ବ୍ଳକର ୮ ଜଣ ଯୁବତୀ । ଏକ ଭିଡିଓ ମାଧ୍ୟମରେ ସେମାନଙ୍କ ନିର୍ଯାତନାର କାହାଣୀ ବଖାଣି  ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି।  ତେବେ ଯେଉଁ ଅଧିକାରୀ ବା କର୍ମଚାରୀମାନେ ସେମାନଙ୍କୁ ସେଠାକୁ ପଠାଇଥିଲେ,  ଯୋଗାଯୋଗ କଲେ, ସେମାନେ ଫୋନ ରିସିଭ କରୁ ନ ଥିବା କହିଛନ୍ତି।



from Odisha Reporter https://ift.tt/32pPYOD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages