ପୁରୀ(ଓଡ଼ିଶା ରିପୋର୍ଟର): ସାଇକେଲ୍ରେ ଯାଉଥିବା ଛାତ୍ରଙ୍କଠାରୁ ମୋବାଇଲ ଛଡ଼ାଇବାରେ ବିଫଳ ହେବା ପରେ ତାଙ୍କ ଉପରକୁ ହୋଇଛି ଗୁଳିମାଡ଼। ଏହାପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ବେଳେ ଆହତ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ପୁରୀ ହେରାଗୋହରୀ ସାହି ବୋର୍ଡିଂ ଛକ ନିକଟରେ ଏପରି ଘଟଣା ଘଟିଛି। ତୁରନ୍ତ ଦୁର୍ବୃତ୍ତଙ୍କୁ ଧରିବା ଦାବିରେ କଲେଜ ଛାତ୍ରଛାତ୍ରୀମାନେ ଅଧରାତି ଯାଏ ରାସ୍ତାରୋକ କରିଥିଲେ । ଏହାକୁ ନେଇ ଦୀର୍ଘ ସମୟ ପର୍ଯନ୍ତ ଉତ୍ତେଜନା ଦେଖାଦେଇଥିଲା।
ସୂଚନା ଅନୁଯାୟୀ, ଗତରାତିରେ ହେରାଗୋହରୀ ସାହି ବୋର୍ଡିଂ ଛକ ଦେଇ ଆୟୁର୍ବେଦ କଲେଜର ଦ୍ୱିତୀୟ ବର୍ଷର ଛାତ୍ର ଜନ୍ମେଜୟ ମନ୍ତ୍ରୀ ସାଇକେଲ୍ରେ ଯାଉଥିଲେ। ଉକ୍ତ ସମୟରେ ଦୁଇଜଣ ଦୁର୍ବୃତ୍ତ ବାଇକ୍ରେ ଆସି ପ୍ରଥମେ ତାଙ୍କ ମୋବାଇଲ୍ ଛଡ଼ାଇବାକୁ ଉଦ୍ୟମ କରିଥିଲେ । ତେବେ ଏଥିରେ ବିଫଳ ହେବାରୁ ତାଙ୍କୁ ମାଡ଼ ମାରିବା ସହ ବନ୍ଧୁକରୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ଗୁଳିଟି ଜନ୍ମେଜୟଙ୍କ ପାପୁଲିରେ ବାଜିଛି ।
ଏନେଇ କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହୋଇଥିବା ବେଳେ ଭିଆଇପି ରୋଡରେ ଟାୟାର୍ ଜାଳି ଶତାଧିକ ଛାତ୍ରଛାତ୍ରୀ ରାସ୍ତାରୋକ କରିଥିଲେ ।
from Odisha Reporter https://ift.tt/2RZHbzl
No comments:
Post a Comment