ଅଦନାନ୍‌ଙ୍କୁ ପଦ୍ମଶ୍ରୀ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ସ୍ୱରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 4, 2020

ଅଦନାନ୍‌ଙ୍କୁ ପଦ୍ମଶ୍ରୀ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ସ୍ୱରା

ମୁମ୍ବାଇ: ଭାରତର ନାଗରିକତା ଗ୍ରହଣ କରିଥିବା ଗାୟକ ଅଦନାନ୍ ସାମିଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିବାକୁ ସରକାର ନେଇଥିବା ନିଷ୍ପତ୍ତିକୁ ବିରୋଧୀ ଦଳଗୁଡ଼ିକର କିଛି ନେତାଙ୍କ ସହିତ ବଲିଉଡ୍‌ର କିଛି କଳାକାର ନାପସନ୍ଦ କରିଛନ୍ତି। ଏନେଇ ଅନେକ ସେମାନଙ୍କ ଖୋଲାମତ ରଖି ସାରିଥିବା ବେଳେ ଏବେ ଏଥିରେ ସାମିଲ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର। ସରକାର ଜଣେ ପାକିସ୍ତାନୀଙ୍କୁ ସମ୍ମାନିତ କରିଥିବା କଥା ସେ କହିଛନ୍ତି।

ସ୍ୱରା କହିଛନ୍ତି ଯେ ଭାରତରେ ଶରଣାର୍ଥୀମାନଙ୍କୁ ନାଗରିକତା ଦେବା ଓ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ପୂର୍ବରୁ ଆଇନ ରହିଛି। ଆପଣ (ସରକାର) ସେହି ପ୍ରକ୍ରିୟାରେ ଅଦନାନ୍ ସାମିଙ୍କୁ ଭାରତର ନାଗରିକତା ପ୍ରଦାନ କରିଛନ୍ତି ଓ ଏବେ ତାଙ୍କୁ ପଦ୍ମଶ୍ରୀ ପ୍ରଦାନ କରିବାକୁ ମନୋନୀତ କରିଛନ୍ତି। ତା’ହେଲେ ନାଗରିକତା ସଂଶୋଧନ ଆଇନ (ସିଏଏ)ର ଆବଶ୍ୟକତା ଓ ଯଥାର୍ଥତା କ’ଣ ?

 

ସରକାରଙ୍କୁ ଟାର୍ଗେଟ୍ କରି ସେ ଆହୁରି କହିଛନ୍ତି, “ଗୋଟିଏ ପଟରେ ଆପଣ ଆମ (ସିଏଏ ବିରୋଧୀ) ଉପରେ ଅତ୍ୟାଚାର କରୁଛନ୍ତି, ଲାଠି ଚାର୍ଜ କରୁଛନ୍ତି, ପିଟୁଛନ୍ତି ଓ ଟିୟର ଗ୍ୟାସ୍ ପ୍ରୟୋଗ କରୁଛନ୍ତି, କିନ୍ତୁ ଅନ୍ୟପଟରେ ଜଣେ ପାକିସ୍ତାନୀଙ୍କୁ ପଦ୍ମଶ୍ରୀ ପ୍ରଦାନ କରୁଛନ୍ତି। କେବଳ ଏତିକି ନୁହେଁ, ନିଜକୁ ନସୁହାଇଲେ କିଛି ଲୋକଙ୍କୁ ଆପଣ ‘ଟୁକ୍‌ଡେ ଟୁକ୍‌ଡେ ଗ୍ୟାଙ୍ଗ’ ଓ ‘ଦେଶଦ୍ରୋହୀ’ ବୋଲି କହୁଛନ୍ତି।”

ସୂଚନାଯୋଗ୍ୟ, ଅଦନାନ୍‌ଙ୍କ ବାପା ପାକିସ୍ତାନୀ ବାୟୁସେନାର ଅଧିକାରୀ ଥିଲେ। ସେ ଭାରତ ବିରୋଧରେ ଯୁଦ୍ଧ ବି ଲଢ଼ିଥିଲେ। ତେଣୁ ଅଦନାନ୍‌ଙ୍କୁ କିପରି ପଦ୍ମଶ୍ରୀ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି କେହି କେହି ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ଅଦନାନ୍‌ ଏହାର ଜବାବ ରଖିସାରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ବାପା ତାଙ୍କ ସ୍ଥାନରେ ଠିକ୍‌ ଥିଲେ। ସେ ବି ନିଜ ସ୍ଥାନରେ ଠିକ୍ ଅଛନ୍ତି। ତାଙ୍କ ବାପା ଜଣେ ଯୋଦ୍ଧା ଥିଲେ। ଜଣେ ଯୋଦ୍ଧା ଭାବେ ନିଜ ଦେଶ ପାଇଁ ସେ ଯାହା କରିବା କଥା କରିଛନ୍ତି। ସେଥିପାଇଁ ସେ ପୁରସ୍କୃତ ବି ହୋଇଛନ୍ତି। କିନ୍ତୁ ବାପାଙ୍କର ସେହି ସଫଳତାରେ ତାଙ୍କର କିଛି ଭାଗ ନାହିଁ। ସେହିଭଳି ତାଙ୍କର ଏହି ସଫଳତାରେ ତାଙ୍କ ବାପାଙ୍କର କିଛି ଯୋଗଦାନ ନାହିଁ। ତାଙ୍କ ବାପାଙ୍କ ସହିତ ଏ ପୁରସ୍କାରର କିଛି ସମ୍ପର୍କ ନାହିଁ।

ଲଣ୍ଡନରେ ଜନ୍ମିତ ଅଦନାନ୍‌ ୨୦୧୫ରେ ଭାରତର ନାଗରିକତା ପାଇଁ ଆବେଦନ କରିଥିଲେ। ୨୦୧୬ରେ କେନ୍ଦ୍ର ସରକାର ତାଙ୍କୁ ଦେଶର ନାଗରିକ ଭାବେ ମାନ୍ୟତା ଦେଇଥିଲେ। ତା’ପରଠୁ ସେ ସପରିବାରେ ଏଠାରେ ରହୁଛନ୍ତି।



from Odisha Reporter https://ift.tt/37Vi46a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages