ଆବଶ୍ୟକ ସାମଗ୍ରୀ: ଚିକେନ୍ ବ୍ରେଷ୍ଟ, ନୁଡଲ୍ସ, ଚିଙ୍ଗୁଡ଼ି, ଅଣ୍ଡା, ରସୁଣ ପେଷ୍ଟ, ଲୁଣ, ହଳଦୀ, ମ୍ୟାକ୍ସିକାନ୍ ସସ୍, ଲେମ୍ବୁ ରସ, ଗୋଲମରିଚ ଗୁଣ୍ଡ, ବ୍ରୋକୋଲି, ଗାଜର, କ୍ୟାପ୍ସିକମ୍ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ନୁଡଲ୍ସକୁ ସିଝାଇ ଦିଅନ୍ତୁ। ଏହା ପରେ ଚିକେନ୍ ବ୍ରେଷ୍ଟକୁ ଗ୍ରୀଲ୍ କରନ୍ତୁ। ଏହା ଉପରେ ଅଳ୍ପ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାନ୍ତୁ। ଏକ ପ୍ୟାନ୍ରେ ଅଳ୍ପ ତେଲ ଗରମ କରନ୍ତୁ ଓ ଏଥିରେ ଚିକେନ୍କୁ ପକାଇ ଉଭୟ ପାର୍ଶ୍ୱ ଗୋଲ୍ଡେନ୍ ବ୍ରାଉନ୍ ହେବା ଯାଏ ଫ୍ରାଏ କରନ୍ତୁ। ଚିକେନ୍ ଭଲ ଭାବେ ସିଝି ଗଲା ପରେ ଏହାକୁ ପ୍ଲେଟ୍କୁ ବାହାର କରି ରଖନ୍ତୁ।
ଏବେ ଏକ କଡ଼େଇରେ ତେଲ ଗରମ କରି ରସୁଣ ପେଷ୍ଟ ପକାଇ ଭଲ ଭାବେ ଭାଜନ୍ତୁ। ତା’ପରେ ସେଥିରେ ଲୁଣ ଓ ହଳଦୀ ଗୋଳା ଚିଙ୍ଗୁଡ଼ି ପକାଇ ୮ରୁ ୧୦ ମିନିଟ୍ ଯାଏ ଭାଜନ୍ତୁ। ଏହାପରେ ବ୍ରୋକୋଲି, ଗାଜର ଓ କ୍ୟାପସିକମ୍ ପକାନ୍ତୁ। ପରେ ଦୁଇଟି ଅଣ୍ଡାକୁ ଭାଙ୍ଗି ପକାନ୍ତୁ ଓ ଭଲ ଭାବେ ମିଶାଇ ଦିଅନ୍ତୁ।
ଏବେ ସେଥିରେ ସିଝାଇ ରଖିଥିବା ନୁଡଲ୍ସ ପକାଇ ମ୍ୟାକ୍ସିକାନ୍ ସସ୍, ଗ୍ରୀଲ୍ଡ ଚିକେନ୍, ଲେମ୍ବୁ ରସ, ଓ ଲୁଣ ପକାନ୍ତୁ ଏବଂ ଭଲ ଭାବେ ଗୋଳାଇ ଦିଅନ୍ତୁ। ୫ ରୁ ୧୦ ମିନିଟ୍ ପରେ ଗ୍ୟାସ୍ ବନ୍ଦ କରନ୍ତୁ ଓ ଏହାକୁ ପ୍ଲେଟ୍କକୁ ବାହାର କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ‘ମ୍ୟାକ୍ସିକାନ୍ ନୁଡଲ୍ସ’।
from Odisha Reporter https://ift.tt/2SGl004
No comments:
Post a Comment