ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ମାଣ ହେଉଛି ଫିଲ୍ମ ‘ଅନୁ ମ୍ୟାଡମ୍’। ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ରହିଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ। ଫିଲ୍ମଟିର ମହୁରତ ସରି ଶୁଟିଂ ଆରମ୍ଭ ହୋଇଯାଇଛି। ଫିଲ୍ମରେ ଅନୁ ଜଣେ ଅଧ୍ୟାପିକା ଭୂମିକାରେ ଅଭିନୟ କରିଛନ୍ତି।
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ତାଡ଼କି ଗାଁରେ ସିନେମାର ଶୁଟିଂ ଆରମ୍ଭ ହୋଇଛି। ତରଙ୍ଗ ସିନେ ପ୍ରଡକ୍ସନ୍ସ ନିବେଦିତ ଏବଂ କୁହୁ ସିନେ ଫେକ୍ସ ପ୍ରଯୋଜିତ ଏହି ଫିଲ୍ମଟି ଅନ୍ତର୍ଜାତୀୟ ମହିଳ ଦିବସ ଅର୍ଥାତ୍ ମାର୍ଚ୍ଚ ୮ ତାରିଖରେ ରିଲିଜ୍ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ଭାର ତାପସ ସରଘରିଆ ସମ୍ଭାଳିଥିବା ବେଳେ ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି ଶୁଭେନ୍ଦୁ ସାହୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନିଲ୍ କୁମାର।
ସୂଚନାଯୋଗ୍ୟ, ଅନୁ ଚୌଧୁରୀ ଚାରି ଥର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ‘ଗାରେ ସିନ୍ଦୁର ଧାରେ ଲୁହ’, ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’, ‘ଓମ୍ ଶାନ୍ତି ଓମ୍’ ଓ ‘ଶାଶୂ ଘର ଚାଲିଯିବି’ ପାଇଁ ସେ ଏହି ପୁରସ୍କାର ପାଇଥିଲେ। ‘ଗୋଜବାୟାଣୀ’ ଫିଲ୍ମ ମାଧ୍ୟମରେ ସେ ଓଲିଉଡ୍ରେ ଡେବ୍ୟୁ କରିଥିଲେ। ୫୦ରୁ ଅଧିକ ଫିଲ୍ମରେ ସେ କାମ କରିଛନ୍ତି।
from Odisha Reporter https://ift.tt/2SJvxJg
No comments:
Post a Comment