ଉଦଳା (ମାନସ ପାଣି): ଜାଗର ପାଇଁ ମନ୍ଦିର ଯାଉଥିଲେ। ହେଲେ ଘରୁ ବାହାରୁ ବାହାରୁ ଘଟିଲା ଦୁର୍ଘଟଣା। ଘର ସାମ୍ନାରେ ଥିବା ପୋଖରୀ ଭିତରକୁ ପଶି ଓଲଟି ପଡ଼ିଲା ଗାଡ଼ି। ତେବେ ଏଥିରେ କାହାରି କିଛି ହୋଇନାହିଁ। ଗାଡ଼ିରେ ବସିଥିବା ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ।
ଉଦଳାର ସର୍ବପୁରାତନ ମଣିନାଗେଶ୍ୱର ମନ୍ଦିର ନିକଟରେ ରହନ୍ତି ସଞ୍ଜିତ କୁମାର ସାହୁ। ଆଜି ମହାଶିରାତ୍ରୀ ଥିବାରୁ ତାଙ୍କ ପରିବାର ଲୋକେ ମନ୍ଦିର ଯିବାକୁ ବାହାରି ଥିଲେ। ହେଲେ ଘରୁ ବାହାରୁ ବହାରୁ ସେମାନଙ୍କ ଭ୍ୟାନ୍ଟି ଭାରସାମ୍ୟ ହରାଇ ଘର ସମ୍ମୁଖରେ ଥିବା ପୋଖରୀରେ ପଶିଯାଇଥିଲା। ଏହା ପରେ ପରେ ଗାଡ଼ି ଓଲଟି ପଡ଼ିଥିଲା। ସଙ୍ଗେ ସଙ୍ଗେ ପୋଖରୀ ହୁଡ଼ାରେ ଥିବା ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମଧ୍ୟ ସେଠାରେ ପହଞ୍ଚିଥିଲେ। ଗାଡ଼ିରେ ସଞ୍ଜିତଙ୍କ ପରିବାରର ୪ ଜଣ ସଦସ୍ୟ ବସିଥିଲେ। ତେବେ କାହାରି କିଛି କ୍ଷତି ହୋଇ ନଥିବା ଜଣାପଡ଼ିଛି।
from Odisha Reporter https://ift.tt/2V54iKK
No comments:
Post a Comment