କମଲ୍ ହାସନ୍‌ଙ୍କ ଶୁଟିଂ ସେଟ୍‌ରେ କ୍ରେନ୍‌ ଖସିପଡ଼ି ୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 19, 2020

କମଲ୍ ହାସନ୍‌ଙ୍କ ଶୁଟିଂ ସେଟ୍‌ରେ କ୍ରେନ୍‌ ଖସିପଡ଼ି ୩ ମୃତ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର କମଲ୍ ହାସନ୍‌ଙ୍କ ଫିଲ୍ମର ଶୁଟିଂ ଶେଟ୍‌ରେ ଘଟିଛି ଏକ ଦୁଃଖଦ ଘଟଣା। ଚେନ୍ନାଇର ଇବିପି ଷ୍ଟୁଡିଓରେ କ୍ରେନ୍‌ କ୍ରାଶ ହୋଇଯିବା କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଶୁଟିଂ ଚାଲିଥିବା ସମୟରେ ଏକ କ୍ରେନ୍‌ ଖସିପଡ଼ିଥିଲା ଯାହାଫଳରେ ୩ ଜଣଙ୍କର ମୃତ୍ୟୁ ହେବା ସହ ୧୫ ଜଣ ଗୁରୁତର ଅଛନ୍ତି। ଘଟଣାଟି ଫେବୃଆରୀ ୧୯ ତାରିଖ ରାତି ୯.୩୦ ମିନିଟ୍‌ରେ ଘଟିଛି।

ଅଭିନେତା କମଲ୍ ହାସନ୍‌ ନିଜେ ଡାକ୍ତରଖାନା ଯାଇ ଗୁରୁତରମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ସୂଚନା ଅନୁଯୟୀ ଏହି ଭୟାବହ ଘଟଣା ଘଟିବା ସମୟରେ କମଲ ଶୁଟିଂ ସେଟ୍‌ରେ ହିଁ  ଉପସ୍ଥିତ ଥିଲେ। ଏହି ଘଟଣାରେ ଦୁଇ ମୃତକ ହେଲେ ମଧୁ(୨୯ ବର୍ଷ), ଚନ୍ଦନ(୬୦ ବର୍ଷ)। ଏମାନଙ୍କ ବ୍ୟତୀତ ଫିଲ୍ମର ସହ ନିର୍ଦ୍ଦେଶକ କୃଷ୍ଣା(୩୪ ବର୍ଷ)ଙ୍କର ମଧ୍ୟ ଏଇ ଘଟଣାରେ ମୃତ୍ୟୁ ହୋଇଛି। ସେ ମାତ୍ର ଏହି ଦୁର୍ଘଟଣା ଗଟିବା ସମୟରେ ଫିଲ୍ମ ‘ଇଣ୍ଡିଆନ୍ ୨’ର ଶୁଟିଂ ଚାଲିଥିଲା।

View this post on Instagram

Shooting starts today! #Indian2

A post shared by Anirudh (@anirudhofficial) on

‘ଇଣ୍ଡିଆନ୍ ୨’୧୯୯୬ରେ ଆସିଥିବା କମଲ୍‌ ହାସନ୍‌ଙ୍କ ଫିଲ୍ମ ‘ଇଣ୍ଡିଆନ୍’ର ସିକ୍ୱେଲ୍। ଏହାର ନିର୍ଦ୍ଦେଶନା ଦେଉଛନ୍ତି ଶଙ୍କର। କିଛି ଦିନ ପୂର୍ବରୁ ଫିଲ୍ମର ଏକ ପୋଷ୍ଟର ରିଲିଜ୍‌ ହୋଇଥିଲା। ଏଥିରେ କମଲ୍‌ ଜଣେ ବୟସ୍କ ବ୍ୟକ୍ତିଙ୍କ ଭୂମିକାରେ ନଜର ଆସିଥିଲେ। ତାଙ୍କ ବ୍ୟତୀତ ଫିଲ୍ମରେ ସିଦ୍ଧାର୍ଥ ଓ କାଜଲ ଅଗ୍ରୱାଲ ମଧ୍ୟ ଅଭିନୟ କରିଛନ୍ତି। କୁହାଯାଉଛି ଯେ ଏହା କମଲ୍ ହାସନ୍‌ଙ୍କର ଶେଷ ଫିଲ୍ମ ବୋଲି। କାରଣ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ଅଭିନୟ ଛାଡ଼ିଦେବେ। ଏଭଳି ସେ ନିଜ ରାଜନୀତି କ୍ୟାରିୟର ପାଇଁ କରୁଛନ୍ତି। ସେ ଦୁଇଟିଯାକ କାମ ଏକାଠି କରିପାଇବେ ନାହିଁ। ତେଣୁ ଏବେ ସେ କେବଳ ରାଜନୀତିରେ ହିଁ ଧ୍ୟାନ ଦେବାକୁ ଚାହୁଁଛନ୍ତି।



from Odisha Reporter https://ift.tt/2SLL1fX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages