କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଭୂଇଁପୁର ଗାଁ ମନ୍ଦିର ପାଖ ନାଳରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରେବତୀ ମୁଣ୍ଡା। ତାଙ୍କ ଘର ପାରୁଡ଼ିପଶି ଗାଁରେ। ରେବତୀଙ୍କ ସ୍ୱାମୀ ନଟବର ମୁଣ୍ଡା ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରନ୍ତି।
ଅଭିଯୋଗ ଅନୁଯାୟୀ, ନଟବରଙ୍କର ଗାଁର ଅନ୍ୟ ଜଣେ ମହିଳା କେନ୍ଦିରୀ ମୁଣ୍ଡାଙ୍କ ସହିତ ଅନୈତିକ ସମ୍ପର୍କ ରହିଥିବା ନେଇ ରେବତୀ ସଦାବେଳେ ସନ୍ଦେହ କରୁଥିଲେ। ଏହାକୁ ନେଇ ଗତକାଲି ରେବତୀ ଓ କେନ୍ଦିରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହାପରେ କେନ୍ଦିରୀ ତାଙ୍କୁ ତଣ୍ଟି ଚିପି ମାରି ଦେଇଥିବା ଅଭିଯୋଗ ହୋଇଛି।
ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ କେନ୍ଦିରୀ ମୁଣ୍ଡାକୁ ଅଟକ ରଖି ପଚରାଉଚରା କରୁଛି।
from Odisha Reporter https://ift.tt/3bYyNIo
No comments:
Post a Comment