ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଡୋଭା ଗାଁରେ ଜଣେ ବ୍ୟକ୍ତି ନିଜ ବାପାକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗୋପାଳ ନାଏକ। ପୁଲିସ୍ ଅଭିଯୁକ୍ତ ପୁଅ ଜିତେନ ନାଏକଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ଗତକାଲି ଗୋପାଳ ଓ ତାଙ୍କ ପୁଅ ଜିତେନଙ୍କ ମଧ୍ୟରେ ଘର କଥାକୁ ନେଇ ଝଗଡ଼ା ହୋଇଥିଲା। ଝଗଡ଼ା ଚାଲିଥିବା ବେଳେ ଜିତେନ ଉତ୍କ୍ଷିପ୍ତ ହୋଇଯାଇଥିଲେ ଓ ଘରେ ଥିବା ଏକ ଠେଙ୍ଗା ଆଣି ଗୋପାଳଙ୍କୁ ପିଟି ପିଟି ହତ୍ୟା କରିଥିଲେ।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆଜି ସକାଳେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଜିତେନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ବାଦାମପାହାଡ଼ ଥାନା ଅଧିକାରୀ ଦେବାଶିଷ ଶତପଥୀ କହିଛନ୍ତି।
from Odisha Reporter https://ift.tt/38RbMov
No comments:
Post a Comment