ଆବଶ୍ୟକ ସାମଗ୍ରୀ: ଚଣା, ମଇଦା, ଦହି, ଲୁଣ, ଲହୁଣୀ, କଟା ସିଝା ଆଳୁ, କଟା ପିଆଜ, କଟା ଟମାଟୋ, ଲଙ୍କା ଗୁଣ୍ଡ, ଗରମ ମସଲା, ଆମଚୁର ପାଉଡର, ଚାଟ୍ ମସଲା, ଲେମ୍ବୁ ରସ ଓ ତେନ୍ତୁଳି ପାଣି।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚଣାକୁ ୩ ରୁ ୪ ଘଣ୍ଟା ପାଇଁ ପାଣିରେ ବତୁରାଇ ଦିଅନ୍ତୁ। ଏହାପରେ ପ୍ରେସର କୁକରରେ ୪ଟି ହ୍ୱିସିଲ୍ ଦେଇ ସିଝାଇ ଦିଅନ୍ତୁ। ଏହା ପରେ ମଇଦାରେ ଦହି, ଲୁଣ ଓ ଲହୁଣୀ ପକାଇ ଏହାକୁ ନରମ ଭାବେ ଦଳି ଦିଅନ୍ତୁ। ଏହାକୁ ଭଲ ଭାବେ ଚକଟିବା ପରେ ୧ ଘଣ୍ଟା ଯାଏ ଏକ ଓଦା କପଡ଼ା ଘୋଡ଼ାଇ ରଖନ୍ତୁ।
ଏବେ ଅନ୍ୟ ଏକ ପାତ୍ରରେ ସିଝା ଚଣା, କଟା ସିଝା ଆଳୁ, କଟା ପିଆଜ, କଟା ଟମାଟୋ, ଲଙ୍କା ଗୁଣ୍ଡ, ଗରମ ମସଲା, ଆମଚୁର ପାଉଡର, ଚାଟ୍ ମସଲା, ଲେମ୍ବୁ ରସ ଓ ତେନ୍ତୁଳି ପାଣି ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ମଇଦା ଚକଟାକୁ ବଡ଼ ବଡ଼ ଗୁଳା କରି ବେଲନ୍ତୁ। ଏବେ ଏହାକୁ ଅଳ୍ପ ବଟର ଦେଇ ସେକି ଦିଅନ୍ତୁ। ସେକିଲା ପରେ ଏହାକୁ ମଝିରୁ କାଟି ଏଥିରେ ଚଣା ଓ ଅନ୍ୟାନ୍ୟ ସାମଗ୍ରୀ ପଡ଼ି ପ୍ରସ୍ତୁତ ହୋଇଥିବା ମସଲା ଭର୍ତ୍ତି କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ଛୋଲେ କୁଲ୍ଚା’। ଏହାକୁ ଚଟଣି କିମ୍ବା ଦହି ସହିତ ଗରମ ଗରମ ପରଷନ୍ତୁ।
from Odisha Reporter https://ift.tt/38T7VY3
No comments:
Post a Comment