ନୂଆଦିଲ୍ଲୀ: ଦୀର୍ଘ ୧୫ ବର୍ଷ ଧରି ଫେରାର ଥିବା ଅଣ୍ଡର ଓ୍ୱାର୍ଲଡ ଡନ ରବି ପୂଜାରୀ ଆଜି ଭାରତ ଫେରିପାରେ। ଭାରତୀୟ ସୁରକ୍ଷା ସଂସ୍ଥା ଦୀର୍ଘ ବର୍ଷ ହେବ ରବି ପୂଜାରୀକୁ ଭାରତ ଆଣିବା ପାଇଁ ଚେଷ୍ଟା ଜାରି ରଖିଥିଲା। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେଣୁ ଆଜି ରବି ପୂଜାରୀକୁ ସୁରକ୍ଷା ସଂସ୍ଥା ଭାରତ ଆଣିପାରେ।
ଗତ ସପ୍ତାହରେ ଆଫ୍ରିକାର ସେନେଗଲରୁ ରବୀ ପୂଜାରୀକୁ ଗିରଫ କରାଯାଇଥିଲା। କର୍ଣ୍ଣାଟକ ପୁଲିସ ଏବଂ ସେନେଗଲର ସୁରକ୍ଷା ଅଧିକାରୀଙ୍କ ମିଳିତ ତଦନ୍ତରେ ରବି ପୂଜାରୀକୁ ଗିରଫ କରାଯାଇଥିବା ସୂଚନା ରହିଛି।
ସୂଚନାଯୋଗ୍ୟ, କିଛି ଦିନ ତଳେ ରବୀ ପୂଜାରୀ ପ୍ରତ୍ୟାର୍ପଣ ବିରୋଧରେ ସେନେଗଲର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ କୋର୍ଟ ଆବେଦନକୁ ଖାରଜ କରି ଦେଇଥିଲେ। ଏହାପରେ ରବି ପୂଜାରୀକୁ ଭାରତ ଆଣିବା ରାସ୍ତା ଫିଟିଛି।
from Odisha Reporter https://ift.tt/2Vez1VO
No comments:
Post a Comment