‘ଏମ୍ସରେ ହିନ୍ଦୀ ବ୍ୟବହାର ନିଷ୍ପତ୍ତିକୁ ଆମେ ବିରୋଧ କରୁଛୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 22, 2020

‘ଏମ୍ସରେ ହିନ୍ଦୀ ବ୍ୟବହାର ନିଷ୍ପତ୍ତିକୁ ଆମେ ବିରୋଧ କରୁଛୁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ରେ ଅଫିସ୍‌ କାର୍ଯ୍ୟରେ ହିନ୍ଦୀ ଭାଷା ବାଧ୍ୟତାମୂଳକ ପ୍ରସଙ୍ଗରେ ବିଜେଡି ସାଂସଦ ପିନାକୀ ମିଶ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, “ଓଡ଼ିଆ ଲୋକଙ୍କ ସବୁଧା ପାଇଁ ଓଡ଼ିଶାରେ ଏସ୍‌ସ ହୋଇଛି। ସେମାନେ ସବୁ କାମ ହିନ୍ଦୀରେ କରିବେ, ଏଇଟା ଏକଦମ୍‌ ଭୁଲ୍‌ କଥା। ଯେହେତୁ ଭାଷା ଆଧାରରେ ଓଡ଼ିଶା ଗଠନ ହୋଇଛି। ସେଥିପାଇଁ ଆମେ ଦୃଢ଼ ଭାବେ ଏହି ଘଟଣାକୁ ବିରୋଧ କରୁଛୁ। ହିନ୍ଦୀରେ କାହିଁକି କାମ କରାଯିବ। ଦୁଇଟି ଭାଷାରେ ଯଦି କାମ ହୁଏ, ତା’ହେଲେ ଓଡ଼ିଆ ଓ ଇଂରାଜୀରେ ହେଉ। ଆମ ଲୋକେ କ’ଣ ହିନ୍ଦୀ ଶିଖିବେ? ଏନେଇ ଆମେ ଏମ୍ସ କର୍ତ୍ତୃପକ୍ଷଙ୍କୁ ଅବଗତ କରିବୁ।”

ଭୁବନେଶ୍ୱର ଏମ୍‌ସ ନିର୍ଦ୍ଦେଶକ ବି. ଗୀତାଞ୍ଜଳି କହିଛନ୍ତି, “ଭୁବନେଶ୍ୱର ଏମ୍‌ରେ ହିନ୍ଦୀ କେବଳ ପ୍ରଶାସନିକ କାର୍ଯ୍ୟ ପାଇଁ ଲାଗୁ ହେବ। ଯେଉଁମାନେ ହିନ୍ଦୀ ମିଡିୟମରେ ପଢ଼ିଛନ୍ତି, କେବଳ ସେମାନଙ୍କ ପାଇଁ ଲାଗୁ ହେବ। ରୋଗୀଙ୍କ ପାଇଁ ଫର୍ମ ପୂରଣ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ହିଁ ହେଉଛି। ଏମିତିକି କି ଆମେ ଡାକ୍ତରୀ ଏବଂ ନର୍ସିଂ ପିଲାଙ୍କୁ ଓଡ଼ିଆ ଭାଷା ପଢ଼ାଉଛୁ। ନିର୍ଦ୍ଦେଶନାମାକୁ ଭୁଲ ତର୍ଜମା କରାଯାଇଛି।”

ସୂଚନାଯୋଗ୍ୟ, ଓଡ଼ିଶାରେ ଥିବା କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନଗୁଡ଼ିକରେ ଏବେ ହିନ୍ଦୀ ଭାଷାକୁ ବାଧ୍ୟତାମୂଳକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର ସ୍ଥିତ ଏମ୍‌ସ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ଅଧ୍ୟାପକ ଅଫିସ୍ କାର୍ଯ୍ୟରେ ହିନ୍ଦୀ ଭାଷା ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହାକୁ ବିଜେଡି ଓ କଂଗ୍ରେସ ବିରୋଧ କରିଛନ୍ତି। କୌଣସି ପରିସ୍ଥିତିରେ ଏହାକୁ ରାଜ୍ୟରେ କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି କଂଗ୍ରେସ ଚେତାବନୀ ଦେଇଛି।

ଭୁବନେଶ୍ୱର ଏମ୍‌ସର ଉପନିର୍ଦ୍ଦେଶକ(ପ୍ରଶାସନିକ) ପିକେ ରାୟଙ୍କ ଦସ୍ତଖତରେ ଗୁରୁବାର ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ସମସ୍ତ କର୍ମଚାରୀ ହିନ୍ଦୀରେ ଦସ୍ତଖତ କରିବା ସହ ଫାଇଲରେ ହିନ୍ଦୀ ଭାଷାରେ ନାଁ ଓ ବିଷୟ ଲେଖିବେ। ସେହିପରି ଅତିକମରେ ୩୦ପ୍ରତିଶତ ନୋଟିଂ ଓ ଡ୍ରାଫ୍ଟିଂ ହିନ୍ଦୀ ଭାଷାରେ ହେବ। ୫୫ ପ୍ରତିଶତ ଚିଠିପତ୍ର ହିନ୍ଦୀ ଭାଷାରେ ଯିବ। ଦ୍ୱି’ଭାଷାରେ ବ୍ୟବହୃତ ହେଉଥିବା ଫର୍ମଗୁଡ଼ିକରେ ହିନ୍ଦୀ ଭାଷା ରହିବ। କର୍ତ୍ତୃପକ୍ଷ ସମସ୍ତ ଚିଠିର ଉତ୍ତର ହିନ୍ଦୀ ଭାଷାରେ ଦେବେ। ପ୍ରତି ୩ ମାସରେ ଥରେ ଅଧିକାରୀମାନେ ସେମାନଙ୍କର ବିଭାଗରେ ହେଉଥିବା କାର୍ଯ୍ୟର ରିପୋର୍ଟ ହିନ୍ଦୀ ଭାଷାରେ ହିଁ ପ୍ରସ୍ତୁତ କରି ସରକାରୀ ଭାଷା ସେକ୍ସନକୁ ରିପୋର୍ଟ ଦେବେ। ସେହି ଆଧାରରେ ରିପୋର୍ଟ ପ୍ରସ୍ତୁତ ହୋଇ ତାକୁ ମନ୍ତ୍ରଣାଳୟ ନିକଟକୁ ପଠାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

 

 



from Odisha Reporter https://ift.tt/37QW4IR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages