ମୋହନା (ମିହିରି ଜତି): ପୋଖରୀରେ ବୁଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗଜପତି ଜିଲ୍ଲା ଚନ୍ଦ୍ରଗିରି ଫାଣ୍ଡି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଛାତ୍ରଙ୍କ ନାଁ ନାରାୟଣ ମଲ୍ଲିକ।
ଆଜି ସକାଳେ ନାରାୟଣ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପୋଖରୀରେ ଗାଧୋଇଲା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ବୁଡ଼ି ଯାଇଥିଲେ। ପୋଖରୀ ନିକଟରେ କିଛି ଲୋକ କାମ କରୁଥିଲେ। ନାରାୟଣ ବୁଡ଼ି ଯାଉଥିବା ଦେଖି ତାଙ୍କୁ ଉଦ୍ଧାର କରିଥିଲେ ଓ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଜିତେନ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଦେଉଥିଲେ। ଆଜି ସେ ଇଂରାଜୀ ପରୀକ୍ଷା ଦେଇଥା’ନ୍ତେ।
from Odisha Reporter https://ift.tt/32lRIrZ
No comments:
Post a Comment