ଗାଁ ଦାଣ୍ଡରେ ଖେଳୁ ଖେଳୁ ଉଭାନ ହୋଇଗଲେ , ୩ ଦିନ ପରେ ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 6, 2020

ଗାଁ ଦାଣ୍ଡରେ ଖେଳୁ ଖେଳୁ ଉଭାନ ହୋଇଗଲେ , ୩ ଦିନ ପରେ ମିଳିଲା ମୃତଦେହ

ଉମରକୋଟ(କାର୍ତ୍ତିକ ମଲ୍ଲିକ ):  ଗାଁ ଦାଣ୍ଡରେ ଖେଳୁ ଖେଳୁ ୩ ଦିନ ହେଲାଣି ୨ ନାବାଳିକାଙ୍କ ପତ୍ତା ମିଳୁ ନ ଥିଲା। ଗତକାଲି ଏକ ମୃତଦେହ ଗାଁ ପାଖ ଏକ ପରିତ୍ୟକ୍ତ କୂଅରେ ଭାସୁଥିବା ଦେଖିବାକୁ ମିଳିଥିଲା। ରାତି ଅଧିକ ହେତୁ ମୃତଦେହ ଉଦ୍ଧାର ହୋଇପାରି ନ ଥିବା ବେଳେ ତାହା ନିଖୋଜ ନାବାଳିକାଙ୍କ ମଧ୍ୟରୁ ଜଣଙ୍କର ବୋଲି  ଗ୍ରାମବାସୀ ସନ୍ଦେହ କରିଛନ୍ତି। ଆଜି ମୃତଦେହ ଉଦ୍ଧାର ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ । ଏବେ ବି ଆଉ ଜଣେ ନାବାଳିକାଙ୍କ ପତ୍ତା ମିଳୁନାହିଁ ।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍  ଅଧୀନ ପକନାଗୁଡ଼ା ଗାଁର ମହାଦେବ ଗଣ୍ଡଙ୍କ ୯ ବର୍ଷର ଝିଅ ପଞ୍ଚବତୀ ଓ ଗୋନା ଗାଁର ପ୍ରକାଶ ପାଣ୍ଡେଙ୍କ ୭ ବର୍ଷୀୟା ଝିଅ ଲକ୍ଷ୍ମୀ  ଗତ ୪ ତାରିଖରୁ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ଲକ୍ଷ୍ମୀ ପକନାଗୁଡ଼ା ଗାଁରେ ଥିବା ନିଜ ମାମୁ ଘରକୁ ଆସିଥିବା ବେଳେ ଉଭୟ ସାଙ୍ଗ ହୋଇ ଖେଳୁଥିଲେ। ହେଲେ ହଠାତ୍‌ କେଉଁଆଡ଼େ ଚାଲିଗଲେ ପରିବାର ଲୋକେ ପାଇ ନ ଥିଲେ।

ବହୁ ଖୋଜାଖୋଜି ପରେ ଏନେଇ ଉଭୟ ପରିବାର କୁନ୍ଦେଇ ଥାନାର ଦ୍ୱାରସ୍ଥ ହୋଇଥିଲେ।  କୁନ୍ଦେଇ ପୁଲିସ୍‌ ଖୋଜାଖୋଜି କରିଥିଲେ ହେଁ ସେମାନଙ୍କ ପତ୍ତା ପାଇ ନଥିଲା ।  

ଗତ ସନ୍ଧ୍ୟାରେ ପକନାଗୁଡ଼ା ଗାଁ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଜଣେ ନାବାଳିକାଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିବା ଉମରକୋଟ ଏସ୍‌ଡିପିଓ ସୂଚନା ଦେଇଛନ୍ତି । ରାତି ଯୋଗୁଁ ମୃତଦେହ ଉଦ୍ଧାର ହୋଇପାରିନଥିବା ବେଳେ ଆଜି ତାହା ଉଦ୍ଧାର କରାଯିବ । ଏହାପରେ ସ୍ପଷ୍ଟ ହେବ ଉକ୍ତ ମୃତଦେହଟି କାହାର ଓ ଅନ୍ୟ ଜଣେ କେଉଁଆଡ଼େ ଗଲେ।



from Odisha Reporter https://ift.tt/3bgJNAk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages