ଭୁଲ୍‌ ରାସ୍ତାରେ ଗାଡ଼ି ଚଲାଉଥିଲେ ସାବଧାନ ; ଧରା ପଡ଼ିଲେଣି ୮୦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 6, 2020

ଭୁଲ୍‌ ରାସ୍ତାରେ ଗାଡ଼ି ଚଲାଉଥିଲେ ସାବଧାନ ; ଧରା ପଡ଼ିଲେଣି ୮୦

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁଲ ରାସ୍ତାରେ ଗାଡ଼ି ଚଳାଉଲେ ଏଣିକି ଆଉ ଛାଡ଼ ପାଇବେନି ଚାଳକ। ଏପରି ଡ୍ରାଇଭରଙ୍କୁ ଧରିବାକୁ କମିଶନରେଟ୍ ପୁଲିସ୍‌ ଜୋରଦାର ଅଭିଯାନ ଆରମ୍ଭ କରିଛି। ଗତକାଲି ଗୋଟିଏ ଦିନରେ ରାଜଧାନୀର ବିଭିନ୍ନ ସ୍ଥାନରେ ଭୁଲ୍‌ ରାସ୍ତାରେ ଚଳାଉଥିବା ୮୦ ଜଣଙ୍କୁ ଧରିଛି ପୁଲିସ୍‌ । ଚାଳକଙ୍କୁ ଧରିବା ସହ ସେମାନଙ୍କ ଗାଡ଼ିକୁ ସିଜ୍ ମଧ୍ୟ କରାଯାଇଛି।

ଅନ୍ୟପକ୍ଷରେ ରାସ୍ତାରେ ରଙ୍ଗ୍ ଡ୍ରାଇଭିଂକୁ ରୋକିବା ପାଇଁ ସ୍ପାଇକ୍ ବ୍ୟାରିଅର ଲଗାଯିବାକୁ କମିଶନରେଟ ପୁଲିସ୍‌ ପକ୍ଷରୁ ନିଷ୍ପତ୍ତି ହୋଇଛି। କଟକ ଓ ଭୁବନେଶ୍ୱରର ୨୪୨ଟି ସ୍ଥାନରେ ରଙ୍ଗ୍ ଡ୍ରାଇଭିଂ ପଏଣ୍ଟ ରହିଛି। ସେଥତ୍ମଧ୍ୟରୁ ଦ୍ୱୈତନଗରୀର ୩୨ଟି ସ୍ପର୍ଶକାତର ସ୍ଥାନ ଚିହ୍ନଟ ହୋଇଛି। ପ୍ରଥମେ ଗୋଟିଏ ସ୍ଥାନରେ ପରୀକ୍ଷାମୂଳକ ଭାବେ ଏହି ସ୍ପାଇକ୍ ବ୍ୟାରିଅର ଲଗାଯିବ।

ତେବେ ଏନ୍‌ସିଆରବି ରିପୋର୍ଟ ଅନୁସାରେ ଜାତୀୟ ହାରରେ ଯେତିକି ଦୁର୍ଘଟଣାଜନିତ ମୃତ୍ୟୁ ହେଉଛି ତାର ୩୩ ପ୍ରତିଶତ ଭୁଲ୍ ସାଇଡ୍‌ରେ ଗାଡି ଚାଳନା ଯୋଗୁ ହେଉଛି। ଆକଳନ ଅନୁସାରେ ଭୁଲ୍ ରାସ୍ତାରେ ଗାଡି ଚାଳନା ଯୋଗୁ ଦିନକୁ ୨୦ରୁ ଅଧିକ ଜଣଙ୍କ ମୃତ୍ୟୁ ହେଉଛି।



from Odisha Reporter https://ift.tt/31w32kW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages