ବାପାର ପତ୍ତା ମିଳୁନି, ରାସ୍ତାରୋକ କରି ମା’ ସହ ଜେଲ୍‌ରେ ୮ ଦିନର ଶିଶୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 3, 2020

ବାପାର ପତ୍ତା ମିଳୁନି, ରାସ୍ତାରୋକ କରି ମା’ ସହ ଜେଲ୍‌ରେ ୮ ଦିନର ଶିଶୁ

ଫୁଲବାଣୀ (ତ୍ରିନାଥ ସାହୁ): ପ୍ରାୟ ୨୦ ଦିନ ହେବ ନିଖୋଜ ଥିବା ବାପାର ସନ୍ଧାନ ନିମନ୍ତେ  ନିଜ ମା’ ସହ ରାସ୍ତାକୁ ଓହ୍ଲାଇଥିଲା ୮ ଦିନର ଶିଶୁପୁତ୍ର।  ପରିବାର ଲୋକ ଓ ଗ୍ରାମବାସୀଙ୍କ ସହ ସେମାନେ ବି ରାସ୍ତାରୋକରେ ସାମିଲ ହୋଇଥିଲେ।  ମାତ୍ର ପୁଲିସ୍‌ ବଳପୂର୍ବକ ସମସ୍ତଙ୍କୁ ଉଠାଇ ଗିରଫ କରି ଜେଲ୍‌ ହାଜତକୁ ପଠାଇ ଦେଇଛି। ଫଳରେ ଦୁନିଆ କ’ଣ ଜାଣିବା ପୂର୍ବରୁ ଜେଲ୍‌ ୪ କାନ୍ଥରେ ଏବେ ମା’ ସହ ନବଜାତ ଶିଶୁର କଟୁଛି ଦିନ। ଏପରି ଏକ ସ୍ପର୍ଶକାତର ଘଟଣା ଗତକାଲି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ଘଟିଛି।

ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲା ରାଇକିଆ ଥାନା କନ୍ୟାଶ୍ରମ ରୋଡ଼ ନିବାସୀ ଶୁଭେନ୍ଦୁ ମଳିକ ଗତ ୧୫ ତାରିଖରୁ ନିଖୋଜ ଅଛନ୍ତି। ଏ ନେଇ ତାଙ୍କ ମା’   ରାଇକିଆ ଥାନାରେ ଗତ ୧୭ ତାରିଖରେ ଏତଲା ଦେଇଥିଲେ। ମାତ୍ର ଅଦ୍ୟାବଧି ଯୁବକଙ୍କ କୌଣସି ପତ୍ତା ମିଳୁନି । ତାଙ୍କ ସନ୍ଧାନ ଦାବିରେ ଗତକାଲି ରାଇକିଆ ଥାନା ସମ୍ମୁଖରେ ପରିବାରବର୍ଗ ଏବଂ ଅଞ୍ଚଳବାସୀ ସକାଳୁ ସକାଳୁ ରାସ୍ତାରୋକ କରିଥିଲେ । ଏଥିଯୋଗୁ  ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଏହାପରେ ଦିନ ପ୍ରାୟ ୧୧ଟା ବେଳକୁ ପୁଲିସ୍‌ ବଳପୂର୍ବକ ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ଉଠାଇ ଦେଇଥିଲା। ରାସ୍ତାରୋକ କରିଥିବା ଅଭିଯୋଗରେ ରାଇକିଆ ପୁଲିସ୍‌ ୪ ଜଣ ପୁରୁଷ ସମେତ ୧୭ ଜଣ ମହିଳାଙ୍କୁ ମିଶାଇ ମୋଟ ୨୧ ଜଣଙ୍କୁ ଗିରଫ କରି ଫୁଲବାଣୀ କୋର୍ଟଚାଲାଣ କରିଛି । କୋର୍ଟଚାଲାଣ ହୋଇଥିବା ମହିଳାଙ୍କ ମଧ୍ୟରେ ନିଖୋଜ ଯୁବକଙ୍କ ସ୍ତ୍ରୀ ଏବଂ ତାଙ୍କର ୮ ଦିନର ଶିଶୁ ମଧ୍ୟ ରହିଛି  ।  ବିଚାରପତି ସମସ୍ତଙ୍କ ଜାମିନ ଆବେଦନ ଖାରଜ କରିଦେଇଥିବାରୁ ସମସ୍ତଙ୍କୁ ଉଦୟଗିରି ଜେଲ୍‌କୁ ପଠାଇ ଦିଆଯାଇଛି ।



from Odisha Reporter https://ift.tt/36SWnCA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages