ବାଲି ମାଫିଆଙ୍କ ଆକ୍ରୋଶର ଶିକାର ହେଲେ ଅତିରିକ୍ତ ତହସିଲଦାର, ଆରଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 3, 2020

ବାଲି ମାଫିଆଙ୍କ ଆକ୍ରୋଶର ଶିକାର ହେଲେ ଅତିରିକ୍ତ ତହସିଲଦାର, ଆରଆଇ

ଭଦ୍ରକ (ପାର୍ଥ ସାରଥୀ ନାୟକ): ବାଲି ବୋଝେଇ ଟ୍ରାକ୍ଟରକୁ ଅଟକାଇ ବାଲି ମାଫିଆଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ଅତିରିକ୍ତ ତହସିଲଦାର ଓ ଆରଆଇ। ବାଲି ମାଫିଆମାନେ ସଂଘବଦ୍ଧ ହୋଇ କାର୍ଯ୍ୟାଳୟରେ ପଶି ସମୁଦାୟ ୫ଜଣଙ୍କୁ ଲୁହା ରଡ଼ ଓ ଇଟାରେ ଆକ୍ରମଣ କରିଥିଲେ। ଏଥିସହ ଆରଆଇ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏନେଇ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୁଲିସ୍ କାହାକୁ ଗିରଫ କରି ନ ଥିବାରୁ ଅସନ୍ତୋଷ ଦେଖାଦେଇଛି।

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ଅତିରିକ୍ତ ତହସିଲଦାର ଶରତ ସ୍ୱାଇଁ ଓ ଆଇଆଇ ରାମ ନାରାୟଣ ସାମଲ ଓ ୩ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଭଣ୍ଡାରୀପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏନେଇ ଅତିରକ୍ତି ତହସିଲଦାର ଗତକାଲି ରାତି ୯ଟାରେ ଭଣ୍ଡାରିପୋଖରୀ ଥାନାରେ ଏତଲା ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ଘଟଣାରେ ସମ୍ପୃକ୍ତ କାହାକୁ ପୁଲିସ୍‌ ଗିରଫ କରିନାହିଁ।

ସୂଚନା ମୁତାବକ, ଗତକାଲି ଅପରାହ୍ଣରେ ଭଣ୍ଡାରିପୋଖରୀ ମଞ୍ଜୁରୀ ରୋଡରେ ୪ଟି ବାଲି ବୋଝେଇ ଟ୍ରାକ୍ଟରକୁ ଆରଆଇ ଅଟକାଇଥିଲେ। ପରେ ସେହି ବାଲି ବୋଝେଇ ଟ୍ରାକ୍ଟରକୁ ଆରଆଇ ଅଫିସକୁ ନେଇ ଡ୍ରାଇଭରକୁ ଚାଲାଣ କାଟିବା ପାଇଁ କହିଥିଲେ। ଏହି କଥାକୁ ନେଇ ଟ୍ରାକ୍ଟର ଡ୍ରାଇଭର ଓ ଆରଆଇଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ଖବର ପାଇ ଅତିରିକ୍ତ ତହସିଲଦାର ଆରଆଇ ଅଫିସରେ ପହଞ୍ଚି ଆଲୋଚନା କରିଥିଲେ। ଏହି ସମୟରେ କିଛି ବାଲିମାଫିଆ ଆରଆଇଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ତହସିଲଦାର, ଆରଆଇ ଓ ଅଫିସର କିଛି କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏହାବ୍ୟତୀତ ସେମାନେ ଅଫିସରେ ଥିବା ଜିନିଷପତ୍ର ମଧ୍ୟ ଭଙ୍ଗାରୁଜା କରିଥିଲେ।

ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାର ଶରତ ସ୍ୱାଇଁ କହିଛନ୍ତି,“ ବାଲିମାଫିଆମାନେ ଦଳ ବଦ୍ଧ ହୋଇ ରଡ ଓ ଇଟାରେ ଆମକୁ ଆକ୍ରମଣ କରିଥିଲେ। ପ୍ରଥମେ ସେମାନେ ଆରଆଇଙ୍କୁ ଆକ୍ରମଣ କରିଥିଲେ, ପରେ ମୋତେ ଆକ୍ରମଣ କରିଥିଲେ।”



from Odisha Reporter https://ift.tt/394TKij

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages