ଆମେ କଟ୍ଟର ରାଷ୍ଟ୍ରଭକ୍ତ: କେଜ୍ରିୱାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 5, 2020

ଆମେ କଟ୍ଟର ରାଷ୍ଟ୍ରଭକ୍ତ: କେଜ୍ରିୱାଲ

ନୂଆଦିଲ୍ଲୀ: ଆମେ ସଫ୍ଟ ନ୍ୟାସନାଲିଷ୍ଟ ନୁହେଁ, ଆମେ ହାର୍ଡକୋର ନ୍ୟାସନାଲିଷ୍ଟ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ଦିଲ୍ଲୀ ନିର୍ବାଚନ ପୂର୍ବରୁ ଏକ ସାକ୍ଷାତକାରରେ ସେ ଏଭଳି କହିଛନ୍ତି।

ସେ କହିଛନ୍ତି, ଆମେ ଆନ୍ନା ଆନ୍ଦୋଳନରୁ ଆସିଛୁ। ଆମେ ଆନ୍ଦୋଳନରେ ପ୍ରତି ପିଲାଙ୍କ ହାତରେ ଜାତୀୟ ପତାକା ଧରାଉଥିଲୁ। ଏହା ଆମ ପାଇଁ ଗର୍ବର ବିଷୟ। ଆମେ କଟ୍ଟର ରାଷ୍ଟ୍ରଭକ୍ତ।”

ଆପ୍‌ର ଇସ୍ତାହାରରେ ଦେଶଭକ୍ତି କରିକୁଲମ୍‌ ବାବଦରେ ସେ କହିଛନ୍ତି, ଗାନ୍ଧି କହିଥିଲେ ସ୍କୁଲ ଏବଂ କଲେଜ୍‌ରୁ ବାହାରିବାବେଳକୁ ସମସ୍ତଙ୍କ ପାଖରେ ୩ଟି ଗୁଣ ରହିବା ଦରକାର। ସେ ଭଲ ମଣିଷ ହେବା ଦରକାର, ପରିବାର ପାଇଁ ରୋଜଗାର କରିପାରୁଥିବା ଦରକାର ଏବଂ କଟ୍ଟର ରାଷ୍ଟ୍ରଭକ୍ତ ହୋଇଥିବା ଦରକାର। ଆମେ ଭଲ ମଣିଷ କରିବା ପାଇଁ ହାପିନେସ୍‌ କରିକୁଲମ୍‌ ଆରମ୍ଭ କରିଛୁ। ପେଟ ଭରିବା ପାଇଁ ଏଣ୍ଟରପ୍ରିନ୍ୟୁରଶିପ୍‌ ଶିଖାଉଛୁ ଏବଂ କଟ୍ଟର ରାଷ୍ଟ୍ରଭକ୍ତ ହେବାପାଇଁ ପାଇଁ ଦେଶଭକ୍ତି ଶିଖାଉଛୁ।

ଏହି କାରଣରୁ ସେ ଜେଏନ୍‌ୟୁ, ଶାହୀନ୍‌ ବାଗ୍‌ ବା ଜାମିଆ ଯାଉନାହାନ୍ତି ବୋଲି ପଚରାଯିବାରୁ ସେ କହିଛନ୍ତି, “ମୋର ସେଥିରେ କିଛି ଭୂମିକା ନାହିଁ। ମୁଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ମୋର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ ଆଦି କଥା ଦେଖିବାର ଦାୟିତ୍ୱ ରହିଛି। ଏ ପ୍ରସଙ୍ଗ ସିଏଏ ଓ ଏନ୍‌ଆରସି ସହ ଜଡ଼ିତ ଆଇନ ଓ ଶୃଙ୍ଖଳାର ପ୍ରସଙ୍ଗ। ଏହାକୁ ଅମିତ ଶାହ ଦେଖିବେ।”

ଶିକ୍ଷାନୁଷ୍ଠାନରେ ହିଂସା ବାବଦରେ ସେ କହିଥିଲେ, “କଲେଜ୍‌ରେ ହିଂସା ଏବଂ ରାଜନୀତି ବଢ଼ିଯିବା ଠିକ୍‌ ନୁହେଁ। ଆମେ ପିଲାଙ୍କୁ ସେଠାକୁ ପାଠ ପଢ଼ି କ୍ୟାରିଅ ଗଢ଼ିବାକୁ ପଠାଉଛୁ। ଏହା ପିଲାଙ୍କୁ ନେଇ ତାଙ୍କ ଅଭିଭାବକଙ୍କ ମନରେ ଭୟ ସୃଷ୍ଟି କରୁଛି। କେବଳ ୪ଟି ବିଶ୍ୱ ବିଦ୍ୟାଳୟ ନୁହେଁ। ସାରା ଦେଶରେ ଲୋକେ ପିଲାଙ୍କୁ ନେଇ ଅସୁରକ୍ଷିତ ମନେ କରୁଛନ୍ତି।” ସେ ଏସବୁ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌କୁ ଦଳୀୟ ରାଜନୀତିଠାରୁ ଦୂରେଇ ରଖାଯାଉ।



from Odisha Reporter https://ift.tt/2S67SCx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages