ଲାଗିବ ଲଗାମ; ବାଜ୍ୟାପ୍ତି ହୋଇପାରେ ଡ୍ରଗ୍ସ ଅପରାଧୀଙ୍କ ସମ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 5, 2020

ଲାଗିବ ଲଗାମ; ବାଜ୍ୟାପ୍ତି ହୋଇପାରେ ଡ୍ରଗ୍ସ ଅପରାଧୀଙ୍କ ସମ୍ପତ୍ତି

ସମ୍ବଲପୁର(ସଞ୍ଜୟ ଜେନା): ବେଧଡ଼କ ଭାବେ ଡ୍ରଗ୍ସ କାରବାର ଚଳାଇଥିବା ଅପରାଧୀଙ୍କ ଉପରେ ଲାଗିବ ଲଗାମ। ଏପରି ଅପରାଧକୁ ହ୍ରାସ କରାଇବା ସହ ଅପରାଧୀଙ୍କୁ ସାବାଡ଼ କରିବାକୁ ଠୋସ୍‌ ପଦକ୍ଷେପ ନେବାକୁ ଯାଉଛି ପୁଲିସ୍‌। ଡ୍ରଗ୍ସର ଚୋରା କାରବାର ହେତୁ ପଥଭ୍ରଷ୍ଟ ହେଉଛନ୍ତି ଯୁବପିଢୀ। ତେଣୁ ଏଥିରେ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ ଦୃଢ ପଦକ୍ଷେପ ଦେବାକୁ ଯାଉଛି ପୁଲିସ୍‌। ଏଣିକି  ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଅପରାଧୀଙ୍କ ସମ୍ପତ୍ତି ବ୍ୟାଜାପ୍ତି ହେବ । କେଉଁ ପରିସ୍ଥିତିରେ ଏବଂ କିଭଳି ସମ୍ପତ୍ତି ବାଜ୍ୟାପ୍ତି କରାଯିବ, ଏହାର ସମସ୍ତ ଆଇନଗତ ଦିଗକୁ ନେଇ  ସମୀକ୍ଷା କରୁଛନ୍ତି ଖୋଦ ପୁଲିସ୍‌ ଡିଜି ଅଭୟ ।

ଆଜି ପୁଲିସ୍‌ ଡିଜି ଅଭୟ ଦିନିକିଆ ସମ୍ବଲପୁର ଗସ୍ତ କରି ଏପରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଦିନିକିଆ ଗସ୍ତ ଅବସରରେ  ଡିଜି  ଚିପିଲିମାର ବସନ୍ତପୁରସ୍ଥିତ ପୁଲିସ୍‌ ଟ୍ରେନି ଇନଷ୍ଟିଚ୍ୟୁଟ୍‌ରେ ସମୀକ୍ଷା କରିଛନ୍ତି । ଏହାପରେ ସେ ଉତ୍ତରାଞ୍ଚଳ ଡିଆଇଜି କାର୍ଯ୍ୟାଳୟରେ ପୁଲିସ୍‌ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ରାଜ୍ୟରେ ବେଆଇନ ଭାବେ ଗଞ୍ଜେଇ, କଫ୍‌  ସିରପ୍‌ ଚୋରାଚାଲାଣ ଦିନକୁ ଦିନ ବଢ଼ି ଚାଲିଛି। ତେଣୁ ସେମାନଙ୍କ ବିରୋଧରେ  କେଉଁ କେଉଁ ପଦକ୍ଷେପ ନିଆଯିବ,  ତା’ ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି।  ଅନେକ ସମୟରେ ରାଜ୍ୟ ବାହାରୁ ନିଶା ମାଫିଆମାନେ ମାଦକ ଦ୍ରବ୍ୟ ଚୋରାଚାଲାଣ କରିଥାନ୍ତି । ତେଣୁ ତା ଉପରେ  ରୋକ ଲଗାଇବାକୁ ମଧ୍ୟ ନିଆଯିବ ଠୋସ୍‌ ପଦକ୍ଷେପ। ତା’ସହ ସାଇବର କ୍ରାଇମ ରୋକିବା ଦିଗରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ଡିଜିପି ।



from Odisha Reporter https://ift.tt/2UtkiG0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages