ଆସିଲା ଶିବାଙ୍ଗୀଙ୍କ ପ୍ରଥମ ମ୍ୟୁଜିକ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 11, 2020

ଆସିଲା ଶିବାଙ୍ଗୀଙ୍କ ପ୍ରଥମ ମ୍ୟୁଜିକ ଭିଡିଓ

ମୁମ୍ବାଇ: ଟେଲିଭିଜନ୍‌ର ମେଗା ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା ହୈ’ରେ ନାଏରା ଭୂମିକାରେ ସମସ୍ତଙ୍କ ମନ ଜିତୁଛନ୍ତି ଶିବାଙ୍ଗୀ ଯୋଷୀ। ଏବେ ସେ ମ୍ୟୁଜିକ୍‌ ଭିଡିଓ ଦୁନିଆରେ ପାଦ ଦେଇଛନ୍ତି। ତାଙ୍କର ଏକ ନୂଆ ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ ହୋଇଛି।

ଶିବାଙ୍ଗୀଙ୍କର ଏହି ଡେବ୍ୟୁ ମ୍ୟୁଜିକ୍‌ ଭିଡିଓର ଟାଇଟଲ୍‌ ରହିଛି ‘ଆଦତେ’। ଗୀତଟିକୁ ନିଖିଲ ଡିସୌଜା ଗାଇଥିବାବେଳେ ଗୌରବ ଡଙ୍ଗାବକର ଏଥିରେ ମ୍ୟୁଜିକ୍‌ ଦେଇଛନ୍ତି। ଗୀତଟିକୁ ଲେଖିଛନ୍ତି ଅନୁରାଗ ବୋମିଆ। ଭିଡିଓରେ ଶିବାଙ୍ଗୀଙ୍କ ସହ ସୂରଜ ରୟ ଅଭିନୟ କରିଛନ୍ତି। ଗୀତଟିକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି।  ମାତ୍ର ୨୪ ଘଣ୍ଟା ଭିତରେ ଗୀତଟିକୁ ୭ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ବର୍ତ୍ତମାନ ସୋଶାଲ୍‌ ମିଡିଆରେ ବି ଏହା ଭାଇରାଲ୍‌ ହେଉଛି।

ନିଜ ଡେବ୍ୟୁ ଆଲ୍‌ବମ୍‌କୁ ନେଇ ଶିବାଙ୍ଗୀ କହିଛନ୍ତି, ‘ଆଜିକାଲି ବହୁତ ମ୍ୟୁଜିକ୍ ଭିଡିଓ ଆସୁଛି। ତେଣୁ ମୁଁ ଟିକେ ନିଜ ଭିଡିଓକୁ ନେଇ ଅଧିକ ବାଛବିଚାର କରୁଥିଲି। କାରଣ ମୁଁ ଚାହୁଁଥିଲି ଯେ ମୋ ଗୀତଟି ବହୁତ ଭଲ ହେଉ ଓ ହୃଦୟକୁ ଛୁଇଁବା ଭଳି ହେଉ। ‘ଆଦତେ’ ରେ ସେ ସବୁ କିଛି ରହିଛି। ଏହାଠୁ ଭଲ ମ୍ୟୁଜିକ୍‌ ଭିଡିଓ ଆଉ ମୋତେ ମିଳି ନଥାନ୍ତା।’ ଏହା ଏକ ସର୍ଟ ଲଭଷ୍ଟୋରୀ ଉପରେ ଆଧାରିତ, ଯେଉଁଥିରେ ଜଣେ ମୁକ ବ୍ୟକ୍ତି ଓ ଜଣେ ସାଧାରଣ ଝିଅ ଭିତରେ କିଭଳି ପ୍ରେମ ସମ୍ପର୍କ ଗଢ଼ିଉଠୁଛି ତାହା ଦେଖିବାକୁ ମିଳିଛି।



from Odisha Reporter https://ift.tt/2HdDBva

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages