ଭାଲେଣ୍ଟାଇନ୍‌ ୱିକ୍‌ରେ ସିଙ୍ଗଲ୍‌ମାନଙ୍କ ପାଇଁ ସଲ୍‌ମାନ୍‌ଙ୍କ ଉପହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 11, 2020

ଭାଲେଣ୍ଟାଇନ୍‌ ୱିକ୍‌ରେ ସିଙ୍ଗଲ୍‌ମାନଙ୍କ ପାଇଁ ସଲ୍‌ମାନ୍‌ଙ୍କ ଉପହାର

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର୍‌ ସଲ୍‌ମାନ୍‌ ଖାନ୍‌ଙ୍କୁ କୁହାଯାଏ ମୋଷ୍ଟ ଏଲିଜିବଲ୍‌ ବ୍ୟାଚ୍‌ଲର୍‌। ସବୁବେଳେ ତାଙ୍କୁ ପ୍ରଶ୍ନ କରାଯାଏ ଯେ ସେ କେବେ ବାହା ହେବେ। ହେଲେ ସଲ୍‌ମାନ୍‌ ବାସ୍‌ ଗୋଟିଏ ଉତ୍ତର ଦିଅନ୍ତି,  ମୁଁ ବି ଜାଣିନାହିଁ କିନ୍ତୁ ମୁଁ ସିଙ୍ଗଲ୍ ଭାବେ ଖୁସି ଅଛି’। ସଲ୍‌ମାନ୍‌ଙ୍କ ଏହି ସ୍ୱାଗ୍‌ ସମସ୍ତଙ୍କ ମନ ଜିତି ନିଏ। ଆଉ ଏବେ ଭାଲେଣ୍ଟାଇନ୍‌ ୱିକ୍‌ରେ ନିଜ ରିଲେଶନ୍‌ସିପ୍‌ ଷ୍ଟାଟସ୍‌କୁ ନେଇ ସେ ଏକ ମ୍ୟୁଜିକ୍‌ ଭିଡିଓ ନେଇ ଆସିଛନ୍ତି। ଯାହାର ନାଁ ହେଉଛି ‘ସ୍ୱାଗ୍‌ ସେ ସୋଲୋ’।

ଏହି ଗୀତ ଜରିଆରେ ସେ ଭାଲେଣ୍ଟାଇନ୍‌ ୱିକ୍‌ରେ ସିଙ୍ଗଲ୍‌ ଥିବା ଯୁବକମାନଙ୍କର ମନୋବଳ ବଢ଼ାଇଛନ୍ତି। ଏଥିରେ ସେ ସିଙ୍ଗଲ୍‌ ରହିଲେ କ’ଣ କ’ଣ ଫାଇଦା ମିଳେ ସେ ବିଷୟରେ କହିଛନ୍ତି। ଗୀତଟିକୁ ରେମୋ ଡିସୌଜା କୋରିଓଗ୍ରାଫି କରିଥିବାବେଳେ ଏହାର ମ୍ୟୁଜିକ୍‌ ତନିସ୍କ ବାଗଚୀ ଦେଇଛନ୍ତି। ଗୀତଟି ଏକ ପ୍ରକାରର ବିଜ୍ଞାପନ ଯାହାକି ଏକ ଥଣ୍ଡା ପେୟ କମ୍ପାନୀ ପାଇଁ ତିଆରି ହୋଇଛି।

ଗୀତଟିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ଏଥିରେ ସଲ୍‌ମାନ୍‌ଙ୍କୁ ଆଗଭଳି କୁଲ୍‌ ଓ ଫଙ୍କି ଅନ୍ଦାଜରେ ଦେଖିବାକୁ ମିଳିଛି। ଗୀତରେ ସେ ଏହା ଦେଖାଇଛନ୍ତି ଯେ ତାଙ୍କ ଆଗ ପଛରେ ହଜାରେ ଝିଅ ବୁଲୁଛନ୍ତି ହେଲେ ତଥାପି ସେ ସିଙ୍ଗଲ୍‌ ରହିବାକୁ ପସନ୍ଦ କରୁଛନ୍ତି। ଗୀତରେ ରେମୋଙ୍କୁ ମଧ୍ୟ ଦେଖିବାକୁ ମିଳିଛି।



from Odisha Reporter https://ift.tt/3byGMeG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages