ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମ ବିଳାଶ ପାଶଓ୍ୱାନଙ୍କ ଘରୁ ମିଳିଥିବା ପାଣି ପିଇବାଯୋଗ୍ୟ ନୁହେଁ। ଦିଲ୍ଲୀ ସ୍ଥିତ ୧୨ ଜନପଥରେ ଥିବା ରାମ ବିଳାଶଙ୍କ ସରକାରୀ ଘରର ପାଣିର ସ୍ଥିତି ଏଭଳି ରହିଛି। ଶୁକ୍ରବାର ଭାରତୀୟ ମାନକ ବ୍ୟୁରୋ (ବିଆଇଏସ) ସୁପ୍ରିମକୋର୍ଟଙ୍କୁ ଏହି ରିପୋର୍ଟ ଦେଇଛି। ମୋଟ୍ ୧୧ଟି ସ୍ଥାନର ପାଣିର ନମୁନା ସଂଗ୍ରହ କରି ବିଆଇଏସ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେଇଛି। ଏହି ସମସ୍ତ ନମୁନା ପାଣିରେ ଥିବା ୪୭ଟି ମାପଦଣ୍ଡକୁ ପୂରଣ କରୁନଥିବା କୁହାଯାଇଛି।
ଦେଶର ସର୍ବୋଚ୍ଚ କୋର୍ଟ ଏବେ ଏହି ଘଟଣାକୁ ନେଇ ଏକ ଯୁଗ୍ମ ଟିମକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଥିରେ ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ (ସିପିସିବି), ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ) ଏବଂ ଦିଲ୍ଲୀ ଜଳ ବୋର୍ଡ (ଡିଜେବି) ରହିଛନ୍ତି। ୧୫ ଦିନ ମଧ୍ୟରେ ପାଣିର ନମୁନାକୁ ନେଇ ଏକ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ଏହାକୁ ନେଇ କୌଣସି ପ୍ରକାର ଦୋଷ ଲଦିବା ନଦରକାର ବୋଲି କୋର୍ଟ କହିଛନ୍ତି। ଏମିତିକି ପାଣି ପାଇପ ଲାଇନ ପରିବର୍ତ୍ତନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବିଚାରପତି ଜଷ୍ଟିସ ଅରୁଣ ମିଶ୍ର ଏବଂ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ପରିବେଶ ସଂକ୍ରାନ୍ତୀୟ ଏହି ମାମଲାର ଶୁଣାଣି କରୁଛନ୍ତି।
from Odisha Reporter https://ift.tt/32HXxjJ
No comments:
Post a Comment