ଦ୍ୱିତୀୟ ଟେଷ୍ଟ୍‌: ୨୪୨ରେ ଟିମ୍ ଇଣ୍ଡିଆ ଅଲ୍‌ଆଉଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 28, 2020

ଦ୍ୱିତୀୟ ଟେଷ୍ଟ୍‌: ୨୪୨ରେ ଟିମ୍ ଇଣ୍ଡିଆ ଅଲ୍‌ଆଉଟ୍‌

କ୍ରାଇଷ୍ଟଚର୍ଚ୍ଚ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜିଠାରୁ କ୍ରାଇଷ୍ଟଚର୍ଚ୍ଚର ହେଗଲେ ଓଭାଲ୍ ଷ୍ଟାଡିୟମରେ ଚଳିତ ଟେଷ୍ଟ୍ ସିରିଜ୍‌ର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ ଆରମ୍ଭ ହୋଇଛି। ଏଥିରେ ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର ୨୪୨ ରନ୍‌ରେ ଅଲ୍‌ ଆଉଟ୍ ହୋଇଥିବା ବେଳେ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ନ୍ୟୁଜ୍‌ଲ୍ୟାଣ୍ଡ କୌଣସି ୱିକେଟ୍ ନ ହରାଇ ୬୩ ରନ୍‌ ସଂଗ୍ରହ କରିଛି।

ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତିବା ପରେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ପରେ ଭାରତୀୟ ଟିମ୍ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଦଳ ପକ୍ଷରୁ ପୃଥ୍ୱୀ ଶ’ ଓ ମୟଙ୍କ ଅଗ୍ରୱାଲ୍ ଇନିଂସ୍ ଆରମ୍ଭ କରିଥିଲେ। ହେଲେ ମୟଙ୍କ ନିରାଶ କରିଥିଲେ। ୫.୪ ଓଭରରେ ମାତ୍ର ୭ ରନ୍ କରି ସେ ଆଉଟ୍ ହୋଇଯାଇଥିଲେ। ଟ୍ରେଣ୍ଟ୍ ବୋଲ୍ଟଙ୍କ ଦ୍ୱାରା ସେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ସେତେବେଳକୁ ଦଳୀୟ ସ୍କୋର ୩୦ରେ ପହଞ୍ଚିଥିଲା।

ସେ ଆଉଟ୍ ହେବା ପରେ ଚେତେଶ୍ୱର ପୂଜାରା କ୍ରିଜ୍‌କୁ ଆସିଥିଲେ। ପୃଥ୍ୱୀଙ୍କ ସହିତ ମିଶି ସେ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଧୀରେ ଧୀରେ ଦୁହିଁଙ୍କ ପାର୍ଟନର୍‌ଶିପ୍ ଜମି ଆସୁଥିବା ବେଳେ ପୃଥ୍ୱୀ ଆଉଟ୍ ହୋଇଯାଇଥିଲେ। ସେ ୬୪ଟି ବଲ୍‌ରୁ ୮ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୪ ରନ୍ କରି କାଇଲ୍ ଜେମିସନ୍‌ଙ୍କ ବଲ୍‌ରେ ଟମ୍‌ ଲାଥମ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଏହା ପରେ କ୍ୟାପ୍‌ଟେନ୍‌ ବିରାଟ କୋହଲି ଆସିଥିଲେ। ହେଲେ ସେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ମାତ୍ର ୩ ରନ୍ କରି ସେ ଟିମ୍ ସାଉଦୀଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ।

ଆଜିଙ୍କ୍ୟ ରାହାଣେ ୭ ରନ୍ କରି ଟିମ୍ ସାଉଦୀଙ୍କ ବଲ୍‌ରେ ରସ୍ ଟେଲର୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ତେବେ ତାଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା ହନୁମା ବିହାରୀ ପୁଣି ଆଶା ସଞ୍ଚାର କରିଥିଲେ। ସେ ଚେତେଶ୍ୱର ପୂଜାରଙ୍କ ସହିତ ମିଶି ଦଳୀୟ ସ୍କୋରକୁ ଆଗେଇ ନେଉଥିବା ବେଳେ ନିଲ୍ ୱାଗନର୍‌ଙ୍କ ଶିକାର ହୋଇଥିଲେ। ୱାଗନରଙ୍କ ଏକ ବଲ୍‌ରେ ସେ ବିଜେ ୱାଟଲିଙ୍ଗ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ହନୁମା ୭୦ଟି ବଲ୍‌ରୁ ୧୦ଟି ଚୌକା ସହାୟତାରେ ୫୫ ରନ୍ କରି ଆଉଟ୍ ହୋଇଥିଲେ। ସେ ଯିବା ପରେ ଆଉ ପ୍ରାୟ ୧୦ ଓଭର ଭିତରେ ଟିମ୍ ଇଣ୍ଡିଆର ବାକି ୱିକେଟ୍ ପଡ଼ିଯାଇଥିଲା। ଚେତେଶ୍ୱର ପୂଜାରା ୧୪୦ଟି ବଲ୍‌ରୁ ୫୪ ରନ୍ କରି କାଇଲ୍ ଜେମିସନ୍‌ଙ୍କ ବଲ୍‌ରେ ବିଜେ ୱାଟଲିଙ୍ଗଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଋଷଭ ପନ୍ତ ୧୪ଟି ବଲ୍‌ରୁ ୧୨ ରନ୍‌, ରବୀନ୍ଦ୍ର ଜାଡ଼େଜା ୧୦ଟି ବଲ୍‌ରୁ ୯ ରନ୍‌, ମହମ୍ମଦ ଶାମି ୧୨ଟି ବଲ୍‌ରୁ ୧୬ ରନ୍ ଓ ଯଶପ୍ରୀତ୍ ବୁମ୍ରା ୧୧ଟି ବଲ୍‌ରୁ ୧୦ ରନ୍ କରିଥିବା ବେଳେ ଉମେଶ ଯାଦବ କୌଣସି ରନ୍ ନ କରି ଆଉଟ୍ ହୋଇଯାଇଥିଲେ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ କାଇଲ୍‌ ଜେମିସନ୍‌ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ଟିମ୍ ସାଉଦୀ ଓ ଟ୍ରେଣ୍ଟ ବୋଲ୍ଟ ୨ଟି ଲେଖାଏ ୱିକେଟ୍ ନେଇଥିଲେ। ନିଲ୍ ୱାଗନର୍‌ଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।

ଭାରତର ୨୪୨ ରନ୍‌ ଜବାବରେ ଆଜି ଷ୍ଟମ୍ପ ଅପସାରଣ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ କୌଣସି ୱିକେଟ୍ ନ ହରାଇ ୬୩ ରନ୍ କରିଛି। ଓପନର୍‌ ଟମ୍‌ ଲାଥମ୍ ୨୭ ରନ୍ ଓ ଟମ୍ ବ୍ଲୁଣ୍ଡେଲ୍ ୨୯ ରନ୍ କରି ନଟ୍ ଆଉଟ୍ ଅଛନ୍ତି। ଲାଥମ୍ ୬୫ଟି ବଲ୍‌ରୁ ୪ଟି ଚୌକା ସାହାଯ୍ୟରେ ୨୭ ରନ୍ କରିଥିବା ବେଳେ ବ୍ଲୁଣ୍ଡେଲ୍ ୭୩ଟି ବଲ୍‌ରୁ ୪ଟି ଚୌକା ସହାୟତାରେ ୨୯ ରନ୍ କରିଛନ୍ତି।



from Odisha Reporter https://ift.tt/3cgQ8ME

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages