ମେହେନ୍ଦୀ ପତ୍ର ଦୂର କରିବ କିଡ୍‌ନୀ ଷ୍ଟୋନ୍ ସମସ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 16, 2020

ମେହେନ୍ଦୀ ପତ୍ର ଦୂର କରିବ କିଡ୍‌ନୀ ଷ୍ଟୋନ୍ ସମସ୍ୟା

ସାଧାରଣଃ ଝିଅମାନେ ନିଜ କେଶକୁ ସୁନ୍ଦର, ମଜଭୁତ ଓ ଚମକଦାର କରିବା ପାଇଁ ଏଥିରେ ମେହେନ୍ଦୀ ଲଗାଇଥାଆନ୍ତି। ହେଲେ ଆପଣ ଜାଣନ୍ତି କି, ମେହେନ୍ଦୀ ପତ୍ର ଅନେକ ଔଷଧୀୟ ଗୁଣର ସମାହାର। ଏହି ପତ୍ରରେ ଟ୍ୟାନିନ୍‌, ବାସୋନ୍, ମ୍ୟାଲିକ୍‌ ଏସିଡ୍‌, ଗ୍ଲୁକୋଜ୍, ମ୍ୟାଲିଟୋଲ୍ ଓ ମ୍ୟାସିଲେଜ୍ ପରି ତତ୍ତ୍ୱ ରହିଛି। ତେବେ ଆସନ୍ତୁ ଜାଣିବା ମେହେନ୍ଦୀ ପତ୍ରରୁ ଆମକୁ କ’ଣ ଫାଇଦା ମିଳିଥାଏ।

୧) ଆଜିକାଲି ମୁଣ୍ଡରେ ରୂପି ହେବା ଏକ ସାଧାରଣ କଥା ହୋଇଗଲାଣି। ପ୍ରାୟ ଲୋକଙ୍କ ପାଖରେ ଏହି ସମସ୍ୟା ଦେଖାଯାଏ। ଏହାର ନିରାକରଣ ପାଇଁ ବଜାରରେ ଭିନ୍ନ ଭିନ୍ନ ପ୍ରକାରର ପ୍ରଡକ୍ଟ ମଧ୍ୟ ମିଳୁଛି। ତେବେ ଦାମୀ ଦାମୀ ପ୍ରଡକ୍ଟ ପଛରେ ଟଙ୍କା ନଷ୍ଟ ନକରି ଆପଣ ମେହେନ୍ଦୀ ପତ୍ର ବ୍ୟବହାର କରି ଏହି ସମସ୍ୟାର ସମାଧାନ କରିପାରିବେ। ମେହେନ୍ଦୀ ପତ୍ରକୁ ବାଟି କିମ୍ବା ଗୁଣ୍ଡ କରି ଏଥିରେ ଲେମ୍ବୁ ଓ ଦହି ମିଶାଇ ଚୁଟିରେ ଲଗାନ୍ତୁ। ଏହି ଦୁଇଟିଯାକ ଜିନିଷରେ ଏସିଡ୍‌ ରହିଥାଏ, ଯାହା ରୂପି ସହ ମୁଣ୍ଡ କୁଣ୍ଡେଇ ହେବା ସମସ୍ୟା ମଧ୍ୟ ଦୂର କରିଥାଏ। ସପ୍ତାହରେ ଥରେ ମେହେନ୍ଦୀ ଲଗାନ୍ତୁ, ଦେଖିବେ ଭଲ ଫଳ ମିଳିବ।

୨) ସେହିପରି ଆଜିକାଲି ପ୍ରାୟ ସମସ୍ତଙ୍କ ଠାରେ ତ୍ୱଚା ଜନିତ ସମସ୍ୟା ଦେଖା ଦେଉଛି। ବାହାରର ଟାଣ ଖରା ଓ ପ୍ରଦୂଷଣ ଯୋଗୁ ତ୍ୱଚାରେ ପ୍ରାୟ ଇନ୍‌ଫେକ୍ଶନ୍‌ ହୋଇଥାଏ। ବିଶେଷ କରି ଟିନ୍‌ଏଜ୍‌ର ପିଲାମାନଙ୍କ ଠାରେ ଏହି ସମସ୍ୟା ଦେଖା ଦେଖାଦେଇଥାଏ। ତେବେ ମେହେନ୍ଦୀ ଏହି ସମସ୍ୟା ଦୂର କରିବାରେ ଆପଣଙ୍କ ସହାୟତା କରିବ। ଏଥିରେ ଅଧିକ ମାତ୍ରାରେ ଟ୍ୟାନିନ୍‌ ଓ ହେନୋଟ୍ୟାନିକ୍ ଏସିଡ୍ ଥିବାରୁ ‌ଏହା ତ୍ୱଚାରେ ମୃତ କୋଷିକାକୁ ଦୂର କରିଥାଏ। ଏଥିପାଇଁ ଆପଣଙ୍କୁ ମେହେନ୍ଦୀ ଗଛର ଛାଲକୁ ପାଣିରେ ଫୁଟାଇ କାଢ଼ା ବନେଇ ପିଇବାକୁ ହେବ। ମନେରଖନ୍ତୁ, ଏହି କାଢ଼ା ପିଉଥିଲେ ମୁହଁରେ ସାବୁନର ବ୍ୟବହାର ଆଦୌ କରିବେ ନାହିଁ।

୩) ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ପ୍ରାୟ ଲୋକ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରୁ ନାହାନ୍ତି। ତେଣୁ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଉଛି। ସେଥିମଧ୍ୟରୁ କିଡ୍‌ନୀ ଷ୍ଟୋନ୍‌ ଅନ୍ୟତମ। ତେବେ ମେହେନ୍ଦୀ ଦ୍ୱାରା ଏହାକୁ ଭଲ କରିହେବ। ଏଥିପାଇଁ ଆପଣଙ୍କୁ ଅଧାଲିଟର୍‌ ପାଣିରେ ୫୦ ଗ୍ରାମ ମେହେନ୍ଦୀ ପତ୍ରକୁ ପେଶି ଏହାକୁ ଭଲଭାବେ ଫୁଟାଇ ଦିଅନ୍ତୁ। ଫୁଟିଗଲା ପରେ ଏହାକୁ ଛାଣି ପିଅନ୍ତୁ। ଏଭଳି କଲେ କମ୍‌ ଦିନ ଭିତରେ ଆପଣଙ୍କ କିଡ୍‌ନୀ ଷ୍ଟୋନ୍‌ ସମସ୍ୟା ଦୂର ହୋଇଯିବ।

୪) ମେହେନ୍ଦୀ ସାଧାରଣତଃ ଥଣ୍ଡା ହୋଇଥାଏ। ତେଣୁ ଏହାକୁ ରାତିରେ କିମ୍ବା ଶରୀରରେ ଯଦି ଇଶନ୍‌ଫୁଲିଆ କିମ୍ବା ଥାଇରଏଡ୍‌ ଥାଏ, ତେବେ ଏହାକୁ ବ୍ୟବହାର କରିବାକୁ ମନା କରାଯାଏ। ଯଦି ଆପଣଙ୍କୁ କେଉଁଠି ମାଡ଼ ହୋଇ ବଥା ବା ଯନ୍ତ୍ରଣା ହେଉଛି, ବରଫ ବଦଳରେ ସେହି ସ୍ଥାନରେ ମେହେନ୍ଦୀ ପତ୍ରକୁ ବାଟି ଲଗାନ୍ତୁ। ଦେଖିବେ ଶୀଘ୍ର ଉପଶମ ମିଳିବ।



from Odisha Reporter https://ift.tt/38AMafw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages