ଚନ୍ଦନ ତେଲ ଓ ପାଉଡର୍‌ର ୫ଟି ଲାଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 16, 2020

ଚନ୍ଦନ ତେଲ ଓ ପାଉଡର୍‌ର ୫ଟି ଲାଭ

ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଚନ୍ଦନ ବହୁତ ଭଲ। ଚନ୍ଦନ ପାଉଡର୍‌ ଓ ତେଲରେ ୧୨୫ ପ୍ରକାର ତତ୍ତ୍ୱ ରହିଛି, ଯାହା ତ୍ୱଚାକୁ ସୁନ୍ଦର କରିବା ପାଇଁ ସାହାଯ୍ୟ କରିଥା’ନ୍ତି। ତେଣୁ ସମସ୍ତ ପ୍ରକାର ବିୟୁଟି ପ୍ରଡକ୍ଟରେ ଚନ୍ଦନକୁ ଉପଯୋଗ କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଚନ୍ଦନ ତେଲ ଓ ପାଉଡର୍‌ ବ୍ୟବହାର କଲେ, କେଉଁସବୁ ଲାଭ ମିଳିଥାଏ।

୧. ଚନ୍ଦନ ପ୍ରାକୃତିକ ଭାବରେ ଥଣ୍ଡା ପ୍ରଦାନ କରିଥାଏ। ତେଣୁ ଏହାର ଲେପ ମୁହଁରେ ଲଗାଇଲେ, ତ୍ୱଚାରେ ହେଉଥିବା ଜଳାପୋଡ଼ା ଭଲ ହୋଇଥାଏ। ଏହାର ବାସ୍ନାରେ ମାନସିକ ଶାନ୍ତି ମିଳିଥାଏ।

୨. ଯେଉଁମାନେ କଥା କଥାରେ ରାଗି ଯାଇଥା’ନ୍ତି, ସେମାନଙ୍କୁ ଚନ୍ଦନ ଟିକା ଲଗାଇବା ପାଇଁ ପରାମର୍ଶ ଦିଆଯାଇଥାଏ। କାରଣ ଆମ ଶରୀରରେ ଥିବା ୭ଟି ଚକ୍ର ମଧ୍ୟରୁ ଗୋଟିଏ ଶକ୍ତିଶାଳୀ ଚକ୍ର ଦୁଇ ଆଇବ୍ରୋ ମଝିରେ ରହିଛି। ତେଣୁ ସେହି ସ୍ଥାନରେ ଚନ୍ଦନ ଲଗାଇଲେ ମନ ଓ ମସ୍ତିଷ୍କ ଶାନ୍ତ ରହିଥାଏ।

୩. ଆଖିର ଆଖପାଖ ତ୍ୱଚାକୁ ସୁନ୍ଦର କରିବା ପାଇଁ ଏହାର ଚାରିରଟେ ଚନ୍ଦନ ଓ ମହୁର ଲେପ ଲଗାନ୍ତୁ।

୪. ଡ୍ରାଏନେସ୍‌ ଯୋଗୁ ତ୍ୱଚାରେ କୁଞ୍ଚନ ପଡ଼ିବା ସହ ତ୍ୱଚା ଢ଼ିଲା ହୋଇଯାଏ। ଚନ୍ଦନ ଡ୍ୟାମେଜ୍‌ ସେଲକୁ ରିପାୟାର କରିବାର କାର୍ଯ୍ୟ କରିଥାଏ। ଏହାର ବାସ୍ନା ବ୍ରେନ୍‌ ସେଲ୍‌କୁ ରିଲାକ୍ସ କରିଥାଏ।

୫. ଚନ୍ଦନ ପାଉଡର୍‌ରେ ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଗୁଣ ରହିଛି। ତେଣୁ ଏହାକୁ ଲଗାଇବା ଦ୍ୱାରା ସ୍କିନ୍‌ରେ ବ୍ୟାକ୍ଟେରିଆ ସକ୍ରିୟ ହୁଅନ୍ତି ନାହିଁ। ଏହି ପାଉଡର୍‌ ମୁହଁର ତ୍ୱଚାକୁ ଅଏଲ ଫ୍ରି ମଧ୍ୟ ରଖୁଥିବାରୁ ବ୍ରଣ ସମସ୍ୟା ଦେଖା ଦିଏନାହିଁ।



from Odisha Reporter https://ift.tt/321ZnvF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages