ଶ୍ରେୟସଙ୍କ ଶତକ ଓ ରାହୁଲଙ୍କ ଧମାକା, ନ୍ୟୁଜିଲ୍ୟାଣ୍ଡ ଆଗରେ ୩୪୮ ରନ୍‌ର ବିଜୟ ଲକ୍ଷ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 4, 2020

ଶ୍ରେୟସଙ୍କ ଶତକ ଓ ରାହୁଲଙ୍କ ଧମାକା, ନ୍ୟୁଜିଲ୍ୟାଣ୍ଡ ଆଗରେ ୩୪୮ ରନ୍‌ର ବିଜୟ ଲକ୍ଷ୍ୟ

ହାମିଲ୍‌ଟନ୍‌: ଟି-୨୦ ସିରିଜ୍ ପରେ ଆଜିଠାରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହୋଇଯାଇଛି। ହାମିଲଟନ୍‌ର ସେଡନ୍ ପାର୍କରେ ଆଜି ଖେଳା ଯାଉଥିବା ପ୍ରଥମ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୩୪୭ ରନ୍ କରିଛି। ଷ୍ଟାର୍ ଖେଳାଳିଙ୍କ ଅନୁପସ୍ଥିତିରେ ମାତ୍ର ୪ଟି ୱିକେଟ୍ ହରାଇ ଭାରତ ଏହି ରନ୍ ସଂଗ୍ରହ କରିଥିବା ବେଳେ ଶ୍ରେୟସ ଆୟର ଶତକ ହାସଲ କରିଛନ୍ତି। ଦିନିକିଆରେ ଏହା ତାଙ୍କର ପ୍ରଥମ ଶତକ। ଖବର ଲେଖାଯିବା ବେଳକୁ ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ଆରମ୍ଭ କରି ସାରିଛି।

ଏହା ପୂର୍ବରୁ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ନ୍ୟୁଜିଲ୍ୟାଣ୍ଡ। ଆହତ କାରଣରୁ ରୋହିତ ଶର୍ମା, ଶିଖର ଧୱନଙ୍କ ଭଳି ଷ୍ଟାର ଖେଳାଳି ଟିମ୍‌ରେ ନଥିବା ବେଳେ ଦଳ ପାଇଁ ଓପନିଂ କରିଥିଲେ ପୃଥ୍ୱୀ ଶ’ ଓ ମୟଙ୍କ ଅଗ୍ରୱାଲ୍। ଉଭୟେ ଆଜି ଦିନିକିଆରେ ଡେବ୍ୟୁ ମଧ୍ୟ କରିଛନ୍ତି। ତେବେ ଡେବ୍ୟୁ ମ୍ୟାଚ୍‌ରେ ଦୁହେଁ ବେଶୀ କିଛି କମାଲ କରିପାରି ନାହାନ୍ତି। ପୃଥ୍ୱୀ ଶ’ ୨୧ ବଲ୍ ଖେଳି ୨୦ ରନ୍‌ କରି ଆଉଟ୍ ହୋଇଥିବା ବେଳେ ମୟଙ୍କ ୩୧ଟି ବଲ୍‌ରେ ୬ଟି ଚୌକା ସହ ୩୨ ରନ୍ କରି ଆଉଟ୍ ହୋଇଥିଲେ। ଦୁହେଁ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ଟମ୍ ଲାଥମ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ବିରାଟ କୋହଲି ୬୩ଟି ବଲ୍‌ରୁ ୬ଟି ଚୌକା ସହାୟତାରେ ୫୧ ରନ୍ କରିଥିଲେ। ସେ ଇଶ ଶୋଢ଼ୀଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ତେବେ ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟସ ଆୟର ବଢ଼ିଆ ଖଳିଥିଲେ। ସେ ଏକ ଭଲ ଇନିଂସ୍ ଖେଳି ଶତକ ହାସଲ କରିଥିଲେ। ୧୦୭ଟି ବଲ୍‌ରୁ ୧୧ଟି ଚୌକା ଓ ଗୋଟିଏ ଛକା ସହାୟତରେ ୧୦୩ ରନ୍ କରି ସେ ଆଉଟ୍ ହୋଇଥିଲେ। ୪୫.୩ ଓଭରରେ ସେ ଆଉଟ୍ ହେଲା ବେଳକୁ ଦଳୀୟ ସ୍କୋର ୨୯୨ରେ ପହଞ୍ଚି ସାରିଥିଲା। ସେତେବେଳକୁ ୱିକେଟ୍‌ କିପର୍‌ କେ.ଏଲ୍ ରାହୁଲ ବି କ୍ରିଜ୍‌ରେ ଜମି ସାରିଥିଲେ। କେଦାର ଯାଦବ  ଆସିବା ପରେ ଦୁହେଁ ମିଶି ଦଳୀୟ ସ୍କୋରକୁ ୩୪୭ରେ ପହଞ୍ଚାଇ ଦେଇଥିଲେ। କେ.ଏଲ୍ ରାହୁଲ ଓ କେଦାର ଯାଦବ ଅପରାଜିତ ରହିଥିଲେ। ସେମାନେ ଯଥାକ୍ରମେ ୮୮ ଓ ୨୬ ରନ୍ କରିଥିଲେ। ରାହୁଲ ଏକ ଜବରଦସ୍ତ ଇନିଂସ୍ ଖେଳିଥିଲେ। ସେ ୬୪ଟି ବଲ୍‌ରୁ ୮୮ ରନ୍ କରିଥିବା ବେଳେ ତା’ ମଧ୍ୟରେ ୬ଟି ଛକା ଓ ୩ଟି ଚୌକା ରହିଛି। ସେହିପରି କେଦାର ୧୫ଟି ବଲ୍‌ରୁ ୨୬ ରନ୍ କରିଥିଲେ।

ନ୍ୟୁଜିଲ୍ୟାଣ୍ଡ ତରଫରୁ ଟିମ୍ ସାଉଦୀ ୨ଟି ୱିକେଟ୍ ନେଇଥିବା ବେଳେ ଇଶ ଶୋଢ଼ୀ ଓ କଲିନ୍ ଡି’ଗ୍ରାଣ୍ଡହୋମ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଟି-୨୦ ସିରିଜ୍‌କୁ ଭାରତ ୫-୦ରେ ଜିତି ସାରିଛି।



from Odisha Reporter https://ift.tt/2Um6jBU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages