କାଳିଆ ଟଙ୍କା ଆତ୍ମସାତ୍ ଘଟଣାରେ ସମବାୟ ସମିତିର ସଂପାଦକ ନିଲମ୍ବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 4, 2020

କାଳିଆ ଟଙ୍କା ଆତ୍ମସାତ୍ ଘଟଣାରେ ସମବାୟ ସମିତିର ସଂପାଦକ ନିଲମ୍ବନ

ବ୍ରହ୍ମପୁର (ଅଶୋକ ବହ୍ମା): ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ ସିଙ୍ଗିପୁର ପଞ୍ଚାୟତରେ କାଳିଆ ଟଙ୍କା ଆତ୍ମସାତ୍ ଘଟଣାରେ ଜିଲ୍ଲାପାଳ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଜିଲ୍ଲାପାଳ ଧବଳେଶ୍ୱର ସେବା ସମବାୟ ସମିତିର ସଂପାଦକ କୈଳାସ ଚନ୍ଦ୍ର ମଲ୍ଲିକଙ୍କୁ ନିଲମ୍ବନ କରିଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟର ବାସୁଦେବ ସାହୁଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସିଙ୍ଗିପୁର ପଞ୍ଚାୟତରେ କାଳିଆ ଟଙ୍କା ପ୍ରଦାନ କରିବାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଗତକାଲି ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ଆଜି ସକାଳେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେବା ସହ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ଲୋକେ ଅଭିଯୋଗ କରିଥିଲେ ଯେ, କାଳିଆ ଟଙ୍କା ପ୍ରକୃତ ହିତାଧିକାରୀଙ୍କ ‌ଆକାଉଣ୍ଟକୁ ନ ଆସି ଅନ୍ୟ ଲୋକଙ୍କ ଆକାଉଣ୍ଟକୁ ଯାଇଛି। ହିତାଧିକାରୀ ତାଲିକାରେ ନାଁ ଗାଁ ହିତାଧିକାରୀଙ୍କର ଥିବା ବେଳେ ବ୍ୟାଙ୍କ ଆକାଉଣ୍ଟ ଆଉ କାହାର ନାଁ ରହିଥିଲା।

ସେବା ସମବାୟ ସମିତିର ସଂପାଦକ କହିଥିଲେ ଯେ, ସୋସାଇଟି ପକ୍ଷରୁ ବ୍ଲକରେ ଡାଟା ଏଣ୍ଟ୍ରି ପାଇଁ ଅସ୍ଥାୟୀ ଭାବେ ଜଣେ ଯୁବକ ବାସୁଦେବ ସାହୁଙ୍କୁ ନିଯୁକ୍ତ କରାଯାଇଥିଲା। ସେ ନିଜର ଓ ନିଜ ପରିବାରଲୋକଙ୍କ ଆକାଉଣ୍ଟକୁ ଏଭଳି ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର୍ କରି ଫେରାର୍ ହୋଇଯାଇଛନ୍ତି।

ସୂଚନାଯୋଗ୍ୟ, ଜାହାଡ଼ା ପଞ୍ଚାୟତର ୯୪ ଜଣ ଚାଷୀଙ୍କର ପ୍ରାୟ ୧୦ ଲକ୍ଷ କାଳିଆ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା।



from Odisha Reporter https://ift.tt/3973U1T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages