ଭଦ୍ରକ(ପାର୍ଥସାରଥୀ ନାୟକ): କୁହୁଡି ହେଲା କାଳ। ଆଜି ଭୋରରୁ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଡାହାଣୀଗଢିଆ ନିକଟରେ ଘନ କୁହୁଡି ଯୋଗୁ ଏକ ଆମ୍ବୁଲାନ୍ସକୁ ପଛରୁ ଆସୁଥିବା ଆଉ ଏକ ଆମ୍ବୁଲାନ୍ସ ପିଟିଥିବା ଜଣାଯାଇଛି। ଏହି ଦୁର୍ଘଟଣା ଯୋଗୁ ୨ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଆମ୍ବୁଲାନ୍ସ ଦୁଇଟି କୋଲକାତାର ଦେବଡା ଅଞ୍ଚଳରୁ ଦୁଇ ପାରାଲିସିସ ରୋଗୀଙ୍କୁ ଧରି କଟକ ଅଭିମୁଖେ ଆସୁଥିଲା । ଡାହାଣୀଗଢିଆ ଛକ ନିକଟରେ ଏକ ଟ୍ରଲର ସାଇଡ ମାରିବାରୁ ଆଗରେ ଯାଉଥିବା ଆମ୍ବୁଲାନ୍ସକୁ ପଛ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। । ଏହି ଦୁର୍ଘଟଣାରେ ୨ ରୋଗୀଙ୍କ ସହ ଅନ୍ୟ ୨ ଜଣ ଆହତ ହୋଇଥିଲେ ।
ଭଦ୍ରକ ଟାଉନ ପୁଲିସ୍ ଆହତଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେମାନଙ୍କ ମଧ୍ୟରୁ ଜଣେ ରୋଗୀ ଓ ଅନ୍ୟ ଜଣେ ସମ୍ପର୍କୀୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ପଠାଯାଇଛି।
from Odisha Reporter https://ift.tt/2Sn0B1j
No comments:
Post a Comment