ଭଦ୍ରକ (ପାର୍ଥ ସାରଥୀ ନାୟକ): ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଧାନ ବୋଝେଇ ଟ୍ରକ୍କୁ ଏକ ତୀର୍ଥଯାତ୍ରୀ ବସ୍ ସମ୍ମୁଖରୁ ଧକ୍କା ଦେବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ୫ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଗୁରୁତରଙ୍କୁ ମିଶାଇ ମୋଟ ୨୩ ଜଣ ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ଗୋରଖପୁରରୁ ମୋଟ ୫୮ ଜଣ ଯାତ୍ରୀଙ୍କୁ ଧରି ଏହି ବସ୍ଟି ଚାରିଧାମ ଯାତ୍ରାରେ ବାହାରିଥିଲେ। ବସ୍ଟି ପ୍ରଥମେ ଅଯୋଧ୍ୟାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ଦୁଇଟା ବେଳେ ୧୬ ନମ୍ବର ଜାତୀୟ ରାଜପଥରେ ବାରିକପୁର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା। ଡିଜେଲ୍ ସରିଯିବା ଯୋଗୁ ସେଠାରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଧାନ ବୋଝେଇ ଟ୍ରକ୍କୁ ବସ୍ଟି ସାମ୍ନାପଟୁ ଧକ୍କା ଦେଇଥିଲା। ବସ୍ ଡ୍ରାଇଭରଙ୍କ ଅସାବଧାନତା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
ଖବର ପାଇ ଅଗ୍ନିଶମ ବାହିନି କର୍ମଚାରୀ ଓ ପୁଲିସ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ବସ୍ ଡ୍ରାଇଭରଙ୍କ ପତ୍ତା ମିଳୁନି।
from Odisha Reporter https://ift.tt/2HciitU
No comments:
Post a Comment