ବେଙ୍ଗାଲୁରୁରୁ ୨୫୦ ଓଡ଼ିଆ ଦାଦନ ଶ୍ରମିକ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 14, 2020

ବେଙ୍ଗାଲୁରୁରୁ ୨୫୦ ଓଡ଼ିଆ ଦାଦନ ଶ୍ରମିକ ଉଦ୍ଧାର

ବେଙ୍ଗାଲୁରୁ (ଓଡ଼ିଶା ରିପୋର୍ଟର): ବେଙ୍ଗାଲୁରୁରୁ ୨୫୦ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏହି ଶ୍ରମିକମାନେ ସ୍ଥାନୀୟ ଏଲଙ୍ଗା ଅଞ୍ଚଳର ବିଭିନ୍ନ କମ୍ପାନିରେ କାମ କରୁଥିଲେ। ଗତକାଲି ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ୱର ଅଭିମୁଖେ ପଠାଯାଇଛି। ପ୍ରଶାନ୍ତି ଏକ୍ସପ୍ରେସରେ ସମସ୍ତଙ୍କୁ ଓଡ଼ିଶା ଅଣାଯାଉଛି। ଏହି ଦାଦନ ଶ୍ରମିକଙ୍କ ମଧ୍ୟରେ ପୁରୁଷ, ମହିଳା ସହ କିଛି ନାବାଳକ ମଧ୍ୟ ରହିଛନ୍ତି।

ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଏହି ଶ୍ରମିକମାନଙ୍କୁ ବେଆଇନ ଭାବେ ବେଙ୍ଗାଲୁରୁ ଚାଲାଣ କରାଯାଇଥିଲା। ଏହାସହ କାରଖାନାରେ ଏହି ଶ୍ରମିକମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ମିଳିଥିଲା। ଯାହା ପରେ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ଏକ ଟିମ୍ ବେଙ୍ଗାଲୁରୁରୁରେ ପହଞ୍ଚି ଏହି ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। ତେବେ ଏହି ଶ୍ରମିକଙ୍କୁ କେଉଁ ଦଲାଲ ଆଣିଥିଲେ ସେ ସମ୍ପର୍କରେ ସୂଚନା ମିଳିପାରିନି। ଏହାସହ ଏତେ ସଂଖ୍ୟାରେ ଶ୍ରମିକଙ୍କୁ କିଏ ବେଙ୍ଗାଲୁରୁ ନେଇଥିଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।



from Odisha Reporter https://ift.tt/3bFd2gs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages