ଦେଶଦ୍ରୋହୀ ଅଭିଯୁକ୍ତ ଶରଜିଲ୍ ଫୋନ୍ ଖୋଲିବ ଗୁମର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 3, 2020

ଦେଶଦ୍ରୋହୀ ଅଭିଯୁକ୍ତ ଶରଜିଲ୍ ଫୋନ୍ ଖୋଲିବ ଗୁମର

ନୂଆଦିଲ୍ଲୀ: ଦେଶଦ୍ରୋହୀ ଅଭିଯୋଗରେ ଗିରଫ ଜେଏନୟୁ ଛାତ୍ର ଶରଜିଲ ଇମାମର ଅଡୁଆ ଆହୁରି ବଢ଼ିଛି। ଏବେ ଆଉ ତିନି ଦିନ ଶରଜିଲର ରିମାଣ୍ଡ ଅବଧି ବଢ଼ାଇ ଦିଆଯାଇଛି। ପ୍ରଥମ ୫ ଦିନିଆ ରିମାଣ୍ଡ ବେଳେ ଶରଜିଲ କ୍ରାଇମବ୍ରାଞ୍ଚର ଅନେକ ପ୍ରଶ୍ନର ଉତ୍ତର ଭୂଆଁ ବୁଲାଇଥିଲା। ହେଲେ ଏହି ତଦନ୍ତ ବେଳେ ଶରଜିଲ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ସହ ସାମିଲ ଅଛି ବୋଲି ଜଣାପଡ଼ିଛି। କିନ୍ତୁ ଯେଉଁ ଲୋକଙ୍କ ସହ ଶରଜିଲ ଜଡ଼ିତ ସେମାନେ ପିଏଫଆଇ ସଂସ୍ଥାର ସଦସ୍ୟ ସହ ଜଡ଼ିତ ବୋଲି ଜାଣିନଥିବା କହିଛି ଏହି ଜେଏନୟୁ ଛାତ୍ର।

କ୍ରାଇମବ୍ରାଞ୍ଚ ତିନି ଦିନର ରିମାଣ୍ଡ ବେଳେ ୧୦-୧୨ ଜଣଙ୍କୁ ଏହି ମାମଲାରେ ସାମିଲ ହୋଇ ତଦନ୍ତରେ ସହଯୋଗ କରିବା ପାଇଁ ନୋଟିସ ପଠାଇଛି। ବୁଧବାର ଦିନ ନୋଟିସ ଯାଇଥିବା ଲୋକଙ୍କୁ ପୁଲିସ ପଚରାଉଚରା କରିପାରେ।

ନାଗରିକତା ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକ ପଞ୍ଜିକା (ଏନଆରସି)କୁ ବିରୋଧ କରି ସାରା ଦେଶରେ ହିଂସା ହୋଇଛି। ଏହି ହିଂସା ପଛରେ ରେହାବ ଫାଉଣ୍ଡେସନ ଅଫ୍‌ ଇଣ୍ଡିଆ (ଆରଏଫଆଇ) ଓ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫଆଇ) ନାମକ ଦୁଇଟି ସଂଗଠନ ରହିଥିବା ଜଣାପଡ଼ିଛି। ପିଏଫ୍‌ଆଇ ଓ ଆରଏଫ୍‌ଆଇ ଜରିଆରେ ଏହି ଆନ୍ଦୋଳନ ପାଇଁ ୧୨୦ କୋଟି ଟଙ୍କା ଆସିଥିବା ନେଇ ସୂଚନା ମିଳିଛି। ସିଏଏ ଓ ଏନଆରସିକୁ ବିରୋଧ ବେଳେ ପିଏଫଆଇକୁ ଏହି ସବୁ ଆକାଉଣ୍ଟରୁ ଅଧିକ ଥର ଟଙ୍କା ଯାଇଥିବା ଜଣାପଡ଼ିଛି। ନଗଦ ଟଙ୍କା, ଏନଇଏଫଟି, ଆଇଏମପିଏସ ପ୍ରକ୍ରିୟାରେ ପିଏଫଆଇ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ଇଡି କହିଛି।

ପୁଲିସ ଏବେ ଶରଜିଲର ବ୍ୟାଙ୍କ ଆକାଉଣ୍ଟରୁ କୌଣସି ବେଆଇନ ଟ୍ରାଞ୍ଜାକସନ ହୋଇନଥିବା ଜାଣିବାକୁ ପାଇଛି। ହେଲେ ଶରଜିଲର ଲାପଟପ, ଡେସ୍କଟପ, ମୋବାଇଲ, ବହି ଆଦିରୁ ଅନେକ କିଛି ପ୍ରମାଣ ମିଳିଛି। ଯାହା ଆଗାମୀ ଦିନରେ ଅନେକ କିଛି ଖୁଲାସା କରିବ ବୋଲି କ୍ରାଇମ ବ୍ରାଞ୍ଚ ଟିମ୍ ଆଶା ରଖିଛି।

ସୂଚନାଯୋଗ୍ୟ, ଆଲିଗଡ଼ ଓ ଜାମିଆରେ ସିଏଏ ବିରୋଧରେ ଚାଲିଥିବା ଆନ୍ଦୋଳନରେ ଶରଜିଲ ଯୋଗଦେଇଥିଲା। ଏହି ସମୟରେ ସେ ଭାରତରୁ ଆସାମକୁ ଅଲଗା କରିଦେବା ପାଇଁ ଆହ୍ୱାନ କରିଥିଲା। ଯାହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶରଜିଲ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ଏହାପରେ ପୁଲିସ ଖୋଜୁଥିବା ଜଣାପଡ଼ିବା ପରେ ଶରଜିଲ ଲୁଚିବା ଆରମ୍ଭ କରିଥିଲା। ହେଲେ କିଛି ଦିନ ପରେ ଜାନୁଆରୀ ୨୮ରେ ଶରଜିଲକୁ ଦିଲ୍ଲୀ କ୍ରାଇମବ୍ରାଞ୍ଜ ବିହାର ପୁଲିସ ସହାୟତାରେ ବିହାରର ଜେହେନାବାଦଠାରୁ ଗିରଫ କରିଥିଲା।

ତାକୁ ସେଠାରୁ ଦିଲ୍ଲୀ ଅଣାଯାଇଥିଲା। ଦିଲ୍ଲୀ କୋର୍ଟ ପ୍ରଥମେ ୫ ଦିନିଆ ପୁଲିସ ହେପାଜତକୁ ପଠାଇଥିଲେ। ଯାହାର ଅବଧି ଗତକାଲି ଶେଷ ହୋଇଥିଲା। ଏହାପରେ ପୁଣି ତିନି ଦିନିଆ ରିମାଣ୍ଡ ପାଇଁ ଅନୁମତି ମିଳିଛି।



from Odisha Reporter https://ift.tt/3bc4xJp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages