ଦିନରେ ସିଲ୍‌ ହେଲା କଲ୍ୟାଣ ମଣ୍ଡପ, ରାତିରେ ଜମିଲା ଭୋଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 3, 2020

ଦିନରେ ସିଲ୍‌ ହେଲା କଲ୍ୟାଣ ମଣ୍ଡପ, ରାତିରେ ଜମିଲା ଭୋଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଗତକାଲିଠୁ ବେଆଇନ କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ ଆରମ୍ଭ ହୋଇଛି।  ଗତକାଲି ବିଏମ୍‌ସି ଓ ବିଡିଏ ପକ୍ଷରୁ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱରର ପ୍ରାୟ ୧୦ଟି କଲ୍ୟାଣ ମଣ୍ଡପ, ହୋଟେଲ୍ ଓ କମ୍ୟୁନିଟି ସେଣ୍ଟର୍ ସିଲ୍ କରାଯାଇଥିଲା।

ବିଏମ୍‌ସି ଜନତା ମଇଦାନ ନିକଟରେ ଏକ ମଣ୍ଡପ ଗତକାଲି ସିଲ୍‌ ହୋଇଥିବା ବେଳେ ରାତିରେ କିନ୍ତୁ ସେଠାରେ ଜମିଥିଲା ଭୋଜିଭାତର ଆସର। କବାଟରେ ପଡ଼ିଥିବା ତାଲାକୁ ଜଉମୁଦ ଦିଆଯାଇ ସିଲ୍‌ କରାଯାଇଥିବା ବେଳେ ତାହାକୁ କାଟି ହୋଇଥିଲା ଭୋଜିଭାତ, ନାଚଗୀତ । ଗତକାଲି ଭୁବନେଶ୍ୱର ଜନତା ମଇଦାନ ନିକଟ ପଣ୍ଡିତ ନୀଳକଣ୍ଠ କଲେଜ ଅଫ୍ ଲାଇବ୍ରେରୀ ସାଇନ୍ସ ପରିସରରେ ଥିବା ଏକ ବେଆଇନ କଲ୍ୟାଣ ମଣ୍ଡପରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ।  ଏହାକୁ ସିଲ୍ କରିଥିଲା ବିଏମ୍‌ସି ସ୍ପେଶାଲ ସ୍କ୍ୱାଡ୍‌। ତେବେ ସ୍କ୍ୱାଡ୍‌ ଯିବା ପରେ ସେଠାରେ ଭୋଜିଭାତର ଆସର ସାଙ୍ଗକୁ ବେଶ୍‌ ଲୋକ ଗହଳି ମଧ୍ୟ ଜମିଥିଲା।

ଏନେଇ ଉକ୍ତ କଲେଜ ହେଡ କ୍ଲର୍କ ପ୍ରମୋଦ ଭୂୟାଁ କହିଛନ୍ତି, ଏହା ସରକାରୀ ଜାଗା ହୋଇଥିବା ବେଳେ ଏଠାରେ ଘରୋଇ କଲେଜ ଚାଲିଛି। ଏହାଦ୍ୱାରା ପାଠପଢ଼ା କିମ୍ବା କଲେଜ କାମ କିଛି ବି ବାଧା ହୋଇନି। ମୋ ଭଣଜା ବାହାଘର ହୋଇଥିବା ବେଳେ ପାଖରେ ମଣ୍ଡପ ନେବାକୁ ଆମ ପାଖରେ ଟଙ୍କା ନାହିଁ। ବିଏମ୍‌ସି ପାଖରୁ ଅନୁମତି ନେବା ସମ୍ପର୍କରେ ଆମକୁ ଜଣା ନାହିଁ।

ବିଡିଏ ପ୍ଲାନ୍ ଅନୁସାରେ ଅନୁମୋଦନ ମିଳିନଥିବା, ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନଥିବା, ଟ୍ରେଡ୍ ଲାଇସେନ୍ସ ନଥିବା ଏବଂ ହୋଲଡିଂ ଟ୍ୟାକ୍ସ ଦେଇନଥିବା ଅଭିଯୋଗରେ  ଉକ୍ତ ମଣ୍ଡପଗୁଡ଼ିକୁ ସିଲ୍ କରାଯାଇଛି । ଏଥିସହ ରାଜଧାନୀରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ପାର୍କିଂ ସୁବିଧା ନଥିବା ବିବାହ ମଣ୍ଡପକୁ ମଧ୍ୟ ସିଲ୍ କରାଯାଇଛି । ସେପଟେ ଏବେ ବିବାହ ଋତୁ ଚାଲିଥିବା ବେଳେ କାଗଜ ପତ୍ର ପାଇଁ ଯଥେଷ୍ଟ ସମୟ ନଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ବିରୋଧ କରିଛି ମଣ୍ଡପ ମାଲିକ ସଂଘ । ପୂର୍ବରୁ ରାଜଧାନୀର ୯୪ଟି ମଣ୍ଡପକୁ ନୋଟିସ୍ ହୋଇଥିଲା  ।



from Odisha Reporter https://ift.tt/37Ut180

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages