କରୋନା: ୧୭୫୦ ଡେଇଁଲା ମୃତ୍ୟୁସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 16, 2020

କରୋନା: ୧୭୫୦ ଡେଇଁଲା ମୃତ୍ୟୁସଂଖ୍ୟା

ବେଜିଂ: ପ୍ରାଣଘାତୀ କରୋନା ଭାଇରସ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ପୁଣିଥରେ ୧୦୦ରୁ ଅଧିକ ଲୋକଙ୍କ ମୁଣ୍ଡ ନେଇଛି ଏହି ଭାଇରସ। ବର୍ତ୍ତମାନ ସୁଦ୍ଧା ଚାଇନାରେ ଏହି ଭାଇରସରେ ଆକ୍ରାନ୍ତ ହୋଇ ୧୭୭୦ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଅତିକ୍ରମ କରିଛି।

କେବଳ ଚାଇନା ନୁହେଁ, ଆମେରିକାଠାରୁ ବ୍ରିଟେନ ଭଳି ୨୭ରୁ ଅଧିକ ରାଷ୍ଟ୍ରରେ କରୋନା ଲୋକଙ୍କୁ କଲବଲ କରିବା ଆରମ୍ଭ କରିଛି। ଚାଇନାର ସରକାରୀ ସୂତ୍ରରୁ ସୋମବାର ସକାଳେ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଆଉ ୧୦୫ ଜଣଙ୍କ ଲୋକଙ୍କ ମୃତ୍ୟୁ ଘଟିଛି।

ଫଳରେ ମୃତ୍ୟୁସଂଖ୍ୟା ୧୭୭୦ରେ ପହଞ୍ଚି ଯାଇଛି। ଏହି ୧୦୫ ଜଣଙ୍କ ମଧ୍ୟରୁ କେବଳ ହୁବେଇ ପ୍ରଦେଶରେ ୧୦୦ ଜଣଙ୍କ ଜୀବନ ଯାଇଛି। ଚାଇନାର ହୁବେଇ ପ୍ରଦେଶର ଉହାନରେ ହିଁ ପ୍ରଥମେ କରୋନା ଭାଇରସ ଚିହ୍ନଟ ହୋଇଥିଲା। ୨୪ ଘଣ୍ଟା ମଧ୍ୟରେ ଆଉ ୨,୦୪୮ ଜଣ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

କେବଳ ହୁବେଇ ପ୍ରଦେଶରେ ୧୯୩୩ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଯାଏ ଚାଇନାରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୭୦,୫୪୮ ରହିଛି। ଏମାନଙ୍କ ମଧ୍ୟରୁ ୧୦ ହଜାରରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ଲଡ ପ୍ଲାଜମା ବ୍ୟବହାର କରି ଚାଇନାର ଡାକ୍ତରମାନେ ୧୦ ହଜାରରୁ ଅଧିକ ଲୋକଙ୍କୁ କରୋନା ଭାଇରସ କବଳରୁ ବଞ୍ଚାଇ ଦେଇଥିବା ଦାବି କରିଛନ୍ତି। ତେଣୁ ଏହା ନିଶ୍ଚିତ ଭାବେ ସାରା ବିଶ୍ୱ ପାଇଁ ଏକ ଆଶ୍ୱସ୍ତି ଆଣିଛି।

ଅନ୍ୟପକ୍ଷରେ ହୁବେଇ ପ୍ରଦେଶ ଏବେ ଭୂତ ସହରରେ ପରିଣତ ହୋଇଗଲାଣି। ପୂର୍ବରୁ କଟକଣା ସତ୍ତ୍ୱେ ଲୋକମାନେ କାର ଯୋଗେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇପାରୁଥିଲେ। ହେଲେ ଏବେ ସମସ୍ତ ପ୍ରକାରର କାର ଚଳାଚଳ ଉପରେ ମଧ୍ୟ ପ୍ରଶାସନ ରୋକ ଲଗାଇଛି। ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି।



from Odisha Reporter https://ift.tt/2SNDdJj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages