ଭଦ୍ରକ(ପାର୍ଥ ସାରଥୀ ନାୟକ): ଚାଇନା ବ୍ୟାଟେରୀରେ ଖେଳିବା କାଳ ହେଲା। ଏହାଦ୍ୱାରା ୨ ନାବାଳକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଗୁରୁତର ଥିବା ବେଳେ ତାଙ୍କ ୩ଟି ଆଙ୍ଗୁଠି ପାପୁଲିରୁ ଛିଣ୍ଡି ଯାଇଥିବା ଜଣାଯାଇଛି। ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ତରାଶୁଣୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।
ଗୁରୁତର ନାବାଳକଜଣକ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବାବେଳେ ଆହତ ଛାତ୍ର ଜଣକ ଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି। ଗୁରୁତରଙ୍କୁ ପ୍ରଥମେ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାତ୍ର ସେଠାରେ ମଧ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି।
ଗତକାଲି ସନ୍ଧ୍ୟାରେ ଏହି ଦୁଇ ନାବାଳକ ଏକ ଚାଇନା ବ୍ୟାଟେରୀରେ ତାର ସଂଯୋଗ କରି ଖେଳୁଥିବା ସମୟରେ ହଠାତ୍ ବ୍ୟାଟେରୀଟି ଫାଟି ଯାଇଥିଲା। ଗୁରୁତର ନାବାଳକଙ୍କ ଡାହାଣ ହାତର ୩ଟି ଆଙ୍ଗୁଳି ଛିଣ୍ଡି ଯାଇଥିବାବେଳେ ପାପୁଲି ଓ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ଆହତ ନାବାଳକଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
from Odisha Reporter https://ift.tt/2OW4esM
No comments:
Post a Comment