୨ କୋଟି ଟଙ୍କାର ତିନୋଟି ରେଡ୍‌ ସାଣ୍ଡ ବୋଆ ସାପ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 12, 2020

୨ କୋଟି ଟଙ୍କାର ତିନୋଟି ରେଡ୍‌ ସାଣ୍ଡ ବୋଆ ସାପ ଉଦ୍ଧାର

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଥିବା ଲକ୍ଷ୍ମୀପୁରରୁ ପୁଲିସ ତିନୋଟି ରେଡ୍‌ ସାଣ୍ଡ ବୋଆ ସାପ ଉଦ୍ଧାର କରିଛି। ଅନ୍ତଃରାଷ୍ଟ୍ରୀୟ ବଜାରରେ ଯାହାର ମୂଲ୍ୟ ପାଖାପାଖି ୨ କୋଟି ଟଙ୍କା।

ଏହି ସାପକୁ ଚୋରା ଚାଲାଣ କରାଯାଉଥିବା ସୂଚନା ପାଇବା ପରେ ମଙ୍ଗଳବାର ଖେରି ପୁଲିସ ନହ୍ନୁପୂର୍ବା ଗାଁରେ ଥିବା ଧୌରାହ୍ରା ଅଞ୍ଚଳରେ ଛାପା ମାରିଥିଲେ। ଛାପା ପରେ ପୁଲିସ ଜଣେ ମହିଳା ସମେତ ତିନି ଜଣଙ୍କୁ ଗିରଫ କରିଥିଲା।

ଉଦ୍ଧାର ହୋଇଥିବା ଏହି ରେଡ୍‌ ସାଣ୍ଡ ବୋଆ ସାପ ଦୁଇମୁଣ୍ଡିଆ ସାପ ଭାବରେ ପରିଚିତ। ଏହି ସାପକୁ ନେଇ ଅନେକ ଅନ୍ଧବିଶ୍ୱାସ ମଧ୍ୟ ରହିଛି। କିନ୍ତୁ ଏହା ବିଷଧର ସାପ ନୁହେଁ। କୁହାଯାଏ ଯେ ରେଡ୍‌ ସାଣ୍ଡ ବୋଆ ସାପର ଗ୍ରନ୍ଥିରେ ଗୁପ୍ତ ଆଣ୍ଟି-ଏଜିଙ୍ଗ୍‌ ତତ୍ତ୍ୱ ରହିଛି। ଯାହାକୁ ବ୍ୟବହାର କରାଯାଇ ବିଭିନ୍ନ ପ୍ରକାର ଔଷଧ ତିଆରି କରାଯାଇଥାଏ।

ଲକ୍ଷ୍ମୀପୁରର ସ୍ଥାନୀୟ ଲୋକେ ରେଡ୍‌ ସାଣ୍ଡ ବୋଆ ସାପକୁ ଭାଗ୍ୟଶାଳୀ ବୋଲି ମାନିଥା’ନ୍ତି। ଏହାକୁ ପାଖରେ ରଖିଲେ ସମୃଦ୍ଧି ଓ ଶକ୍ତି ମିଳିଥାଏ ବୋଲି କିଛି ବିଶ୍ୱାସ କରିଥା’ନ୍ତି। ତେଣୁ ଲକ୍ଷ୍ମୀପୁର ଜିଲ୍ଲାରେ ଏହି ସାପର ଚୋରା ଚାଲାଣ କରାଯାଇଥାଏ।

ଅନ୍ୟପଟେ ଷ୍ଟେସନ ଅଫିସରଙ୍କ କହିବା ଅନୁସାରେ ଏହି ସାପର ଚୋରା ଚାଲାଣ କରୁଥିବା ରାକେଟକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଅନ୍ତଃରାଷ୍ଟ୍ରୀୟ ବଜାରରେ ରେଡ୍‌ ସାଣ୍ଡ ବୋଆ ସାପର ମୂଲ୍ୟ ୨ କୋଟି ଟଙ୍କା। ତେଣୁ ଏହି ସାପର ଚୋରା ଚାଲାଣ କରୁଥିବା ସମସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ଅନୁସାରେ ମାମଲା ରୁଜୁ ହୋଇଛି।



from Odisha Reporter https://ift.tt/39tHmZz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages