ସ୍ୱାମୀର ଟାଙ୍ଗିଆ ଚୋଟରେ ଆଖି ବୁଜିଲା ସ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 12, 2020

ସ୍ୱାମୀର ଟାଙ୍ଗିଆ ଚୋଟରେ ଆଖି ବୁଜିଲା ସ୍ତ୍ରୀ

ରାୟଗଡ଼ା(ମନୋଜ ପାତ୍ର ): ଘରୋଇ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ରାୟଗଡା ସଦର ଥାନା ଅନ୍ତର୍ଗତ କୁଟିଂଗୁଡା ଗ୍ରାମରେ। ଗ୍ରାମର ସତନା ଜାକକା ନାମକ ବୃଦ୍ଧ  ୬୦ ବର୍ଷିୟା ପତ୍ନୀଙ୍କୁ  ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଆଜି ଭୋରରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା। ଏଥିରେ ସତନା ରାଗିଯାଇ ତାଙ୍କ ସ୍ତ୍ରୀଙ୍କ ବେକ, ମୁଣ୍ଡ ଓ ହାତକୁ ଟାଙ୍ଗିଆରେ ବାରମ୍ବାର ଚୋଟ ପକାଇଥିଲେ।  ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ  ମୃତ୍ୟୁ ହୋଇଥିଲା। ଏହି ଘଟଣାରା ପୁଲିସ୍‌ ସତନାକୁ ଅଟକ ରଖି ପଚରାଉଚରା କରୁଛି। ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଟାଙ୍ଗିଆକୁ ମଧ୍ୟ ପୁଲିସ୍‌ ଜବତ କରିଛି ।



from Odisha Reporter https://ift.tt/31MO2z8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages