ମା’ଙ୍କୁ ମନେପକାଇ ଭାବବିହ୍ୱଳ ହେଲେ ଅର୍ଜୁନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 2, 2020

ମା’ଙ୍କୁ ମନେପକାଇ ଭାବବିହ୍ୱଳ ହେଲେ ଅର୍ଜୁନ

ମୁମ୍ୱାଇ : ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ମା’ ମୋନା କପୁରଙ୍କ ନିଧନ ହୋଇସାରିଛି। ଆଜି ହେଉଛି ମୋନାଙ୍କର ଜନ୍ମଦିନ। ତେଣୁ ମା’ଙ୍କୁ ମନେ ପକାଇ ଅର୍ଜୁନ ସୋଶାଲ ମିଡିଆରେ ଏକ ଭାବବିହ୍ୱଳ ଭରା ପୋଷ୍ଟ କରିଛନ୍ତି।

ପୋଷ୍ଟରେ ଅର୍ଜୁନ ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା ମା’, ମୁଁ ତୁମକୁ ବହୁତ ଭଲ ପାଏ। ଆଶା କରୁଛି, ତୁମେ ଯେଉଁଠି ଅଛ, ଖୁସିରେ ଥିବ, ହସୁ ଥିବ। ଏ ଫଟୋ ତୁମ ଶେଷ ଜନ୍ମଦିନର, ଯେବେ ଆମେ ଏକାଠି ଥିଲେ। ମୋର ଆଶା ଥିଲା କି ଆମେ ଆଗକୁ ବି ସାଙ୍ଗ ହୋଇ ରହିବା କିନ୍ତୁ ଏପରି ହେଲା ନାହିଁ। ମୁଁ ତୁମକୁ ସବୁବେଳେ ମନେ ପକାଉଛି। ୨୫ ବର୍ଷ ବୟସରେ ମୁଁ ତୁମକୁ ହଜେଇ ଦେଇଥିଲେ ବି ଦୃଢ଼ ହୋଇରହିଛି। କାରଣ ଏ ସମାଜ ଆମଠାରୁ ଏପରି ହିଁ ଆଶା ରଖିଥାଏ। ବେଳେବେଳେ ଛୋଟ ଛୋଟ ଅସୁବିଧା ସମୟରେ ମୁଁ ଭାଙ୍ଗି ପଡ଼ିଥାଏ। ଆଉ ଆଜି ବି ମୋ ଅସୁବିଧା କଥା କହି ମୁଁ ତୁମକୁ ହଇରାଣ କରିଥାଏ। ତୁମକୁ ପୁଣିଥରେ ଜନ୍ମଦିନର ଶୁଭେଚ୍ଛା ମା’। ଆଉ କିଛି ସମୟ ତୁମେ ମୋ ସହିତ ରହିଥିଲେ ବହୁତ ଭଲ ହୋଇଥା’ନ୍ତା। ’

View this post on Instagram

Happy birthday Mom Love You. I hope ur smiling right now whenever you are… this picture was the last birthday we had together & I just assumed we would have many more… it’s selfish to say I miss you all the time but I really do ya… I try & be strong cause that’s the way society expected me to be at the age of 25 when I lost you forever… they all expect u to figure it all out with ur life taken away from you I was supposed to sorted & what not… but I’m not strong enough on most days… I just ride it out… anyway as usual I sit and complain & trouble u with my non sense… happy birthday Mom wish we had more time together…. PS – @anshulakapoor s started @fankindofficial & she’s kicking ass just like you did….

A post shared by Arjun Kapoor (@arjunkapoor) on

ଅର୍ଜୁନଙ୍କର ଏହି ଭାବବିହ୍ୱଳ ଭରା ପୋଷ୍ଟ ସୋଶାଲ ମିଡିଆରେ ଦେଖିବା ପରେ ଫ୍ୟାନ୍ସଙ୍କ ସହିତ ସେଲେବ୍ରିଟିଙ୍କର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେବଳ ଅର୍ଜୁନ ନୁହଁନ୍ତି, ତାଙ୍କ ଭଉଣୀ ଅଶୁଂଲା କପୁର ମଧ୍ୟ ମା’ଙ୍କୁ ମନେପକାଇ ଇମୋସନାଲ୍‌ ପୋଷ୍ଟ ଲେଖିଥିଲେ, ଯାହାକୁ ପଢ଼ି ଅର୍ଜୁନ ଭାବୁକ ହୋଇ ପଡ଼ିଥିଲେ।

ସୂଚନାଯୋଗ୍ୟ, ନିର୍ଦ୍ଦେଶକ ବୋନି କପୁରଙ୍କ ପ୍ରଥମ ସ୍ତ୍ରୀ ମୋନା କପୁରଙ୍କର ୨୦୧୨ ମସିହାରେ ମୃତ୍ୟୁ ହୋଇଥିଲା। ସେ ଲମ୍ୱା ସମୟ ଧରି କ୍ୟାନସରରେ ପୀଡ଼ିତ ଥିଲେ।



from Odisha Reporter https://ift.tt/31lkcBV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages