ସିଟି ହସ୍‌ପିଟାଲ ଦାବିରେ ବରଗଡ଼ ସହର ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 2, 2020

ସିଟି ହସ୍‌ପିଟାଲ ଦାବିରେ ବରଗଡ଼ ସହର ବନ୍ଦ

ବରଗଡ଼(ଦୀପକ ଶର୍ମା): ବରଗଡ଼ ସହରରେ ଥିବା ପୁରୁଣା ମୁଖ୍ୟ ଚିକିତ୍ସାଳୟକୁ ‘ସିଟି ହସ୍‌ପିଟାଲ’ ଭାବେ ସ୍ଥାପନ କରିବା ଦାବିରେ ବନ୍ଦ ପାଳନ କରାଯାଉଛି। ଫଳରେ ସହରରେ ଦୋକାନ ବଜାର ବନ୍ଦ ରହିଛି। ହେଲେ ଗାଡ଼ି ଚଳାଚଳ ସ୍ୱାଭାବିକ ରହିଛି। ପୁରୁଣା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଶହ ଶହ ମହିଳା-ପୁରୁଷ ଏକତ୍ରିତ ହୋଇ ଧାରଣାରେ ବସିଛନ୍ତି।

ଅନ୍ୟପକ୍ଷରେ  ବରଗଡ଼ ସହରଠାରୁ  ୧୦ କିମି ଦୂର ଟୁକୁର୍ଲାକୁ ନୂତନ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହେବା ପରେ ସହର ମଧ୍ୟରେ ଥିବା  ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ଠପ୍‌ ହୋଇପଡ଼ିଛି। ତେଣୁ ଏକ ସିଟି ହସ୍‌ପିଟାଲ ସ୍ଥାପଦ ଦାବିରେ ସହରବାସୀଙ୍କ ଅସନ୍ତୋଷ ବ‍ଢ଼ିବାରେ ଲାଗିଛି।

ସିଟି ହସ୍ପିଟାଲ  ସ୍ଥାପନ ଦାବିରେ ଶନିବାର ଦିନ କଂଗ୍ରେସ ପକ୍ଷରୁ ୨୪ ଘଣ୍ଟିଆ ଅନଶନ ଓ ବିଜେପି ପକ୍ଷରୁ ଧାରଣା ଦିଆଯାଇଥିଲା। ଏହା ସହ ବରଗଡ଼ ସହରବାସୀଙ୍କ ପକ୍ଷରୁ ରାସ୍ତାରୋକ ମଧ୍ୟ କରାଯାଇଥିଲା।



from Odisha Reporter https://ift.tt/36SCMCq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages