ଚୋରି ହୋଇଗଲା କୁମାର ବିଶ୍ୱାସଙ୍କ କାର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 15, 2020

ଚୋରି ହୋଇଗଲା କୁମାର ବିଶ୍ୱାସଙ୍କ କାର୍

ନୂଆଦିଲ୍ଲୀ: ପ୍ରସିଦ୍ଧ କବି ତଥା ଏକଦା ଆମ୍‌ ଆଦ୍‌ମୀ ପାର୍ଟି ସହିତ ଜଡ଼ିତ ଥିବା କୁମାର ବିଶ୍ୱାସଙ୍କ ଫର୍‌ଚ୍ୟୁନର କାର୍‌ ତାଙ୍କ ଘର ସାମ୍ନାକୁ ଚୋରି ହୋଇଯାଇଛି। ଗାଜିଆବାଦର ଇନ୍ଦିରାପୁରମ ସ୍ଥିତ ତାଙ୍କ ବାସଭବନ ସମ୍ମୁଖରେ କାର୍‌ଟି ଥିବା ବେଳେ କେହି ନେଇ ପଳାଇଥିବା ଅଭିଯୋଗ ହୋଇଛି। ପୁଲିସ୍ ଏନେଇ ମାମଲା ରୁଜୁ କରିଛି ଓ ଘଟଣାର ତଦନ୍ତ କରିବା ପାଇଁ ଏକ ଟିମ୍ ଗଠନ କରିଛି। ତେବେ ଏ ଚୋରି ସଂପର୍କରେ ଅଧିକ ସୂଚନା ମିଳିପାରି ନାହିଁ।

ଜଣେ କବି ଭାବେ କୁମାର ବିଶ୍ୱାସଙ୍କର ବେଶ୍ ପ୍ରସିଦ୍ଧି ରହିଛି। ଦେଶ-ବିଦେଶରେ ସେ ମଞ୍ଚରେ କବିତା ପଢ଼ନ୍ତି। ଏ ଦିଗରେ ସେ ବହୁତ ସକ୍ରିୟ। ଜଣେ କବି ଭାବେ ସୋଶାଲ୍‌ ମିଡିଆରେ ତାଙ୍କର ଫ୍ୟାନ୍‌ଙ୍କ ସଂଖ୍ୟା ବହୁତ ଅଧିକ। କବିତା ମାଧ୍ୟମରେ ସମାଜର ବିଭିନ୍ନ ପ୍ରସଙ୍ଗକୁ ସେ ଉଠାନ୍ତି ଓ ସରକାରଗୁଡ଼ିକୁ ଘେରନ୍ତି।

ଅନ୍ନା ହଜାରେଙ୍କ ଆନ୍ଦୋଳନ ଓ ଆମ୍ ଆଦ୍‌ମୀ ପାର୍ଟି ସହିତ ବି ସେ ଜଡ଼ିତ ଥିଲେ। ଆପ୍‌ର ପ୍ରାରମ୍ଭିକ ଦିନଗୁଡ଼ିକରେ ସେ ସବୁଠୁ ସକ୍ରିୟ ନେତା ଥିଲେ। ତେବେ ଦଳରେ ଥାଇ ସେ ବାରମ୍ବାର କେଜ୍ରିୱାଲଙ୍କ ସରକାରକୁ ଘେରିଥିଲେ।



from Odisha Reporter https://ift.tt/2UZCpUt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages