ନୂଆଦିଲ୍ଲୀ: itel ଭାରତରେ ଏକ ନୂଆ ସ୍ମାର୍ଟଫୋନ୍ Vision 1 ଲଞ୍ଚ୍ କରିଛି। କମ୍ପାନୀର ସୂଚନା ମୁତାବକ ଏହା ଭାରତର ୱାଟର୍ଡ୍ରପ ନଚ୍ ଥିବା ସବୁଠୁ ଶସ୍ତା ସ୍ମାର୍ଟଫୋନ୍। ଏହି ଫୋନ୍ର ମୂଲ୍ୟ ମାତ୍ର ୫ ହଜାର ୪୯୯ ଟଙ୍କା ରହିଛି। itel Vision 1 କିଣିଲେ ଆପଣଙ୍କୁ ୭୯୯ ଟଙ୍କାର ଏକ ୱେୟାରଲେସ୍ ହେଡ୍ସେଟ୍ ମିଳିବ। ଏହା ବ୍ୟତୀତ ଲଞ୍ଚିଂ ଅଫର୍ରେ କ୍ୟାଶ ବ୍ୟାକ୍ ହିସାବରେ ରିଲାଏନ୍ସ ଜିଓ ତରଫରୁ ଏକ୍ଷ୍ଟ୍ରା ଡାଟା ମଧ୍ୟ ମିଳିବ।
itel Vision 1ର ଫିଚର: itel Vision 1ରେ ୬.୦୮ ଇଞ୍ଚ୍ ୨.୫ଡି କର୍ଭଡ଼୍ ଏଚ୍ଡି ପ୍ଲସ୍ ଡିସ୍ପ୍ଲେ ଦିଆଯାଇଛି। ଏହି ସ୍ମାର୍ଟଫୋନ୍ 1.6 Ghz ଅକ୍ଟାକୋର ପ୍ରୋସେସର୍ରେ ଚାଲେ। ଏହାର ଡିସ୍ପ୍ଲେରେ ୱାଟର ଡ୍ରପ୍ ଷ୍ଟାଇଲ୍ର ନଚ୍ ଦିଆଯାଇଛି। ଏହା ଆଣ୍ଡ୍ରଏଡ୍ ୯ ପାଇରେ ଚାଲେ।
itel Vision 1ରେ 2GB ରାମ୍ ଓ 32GB ଇଣ୍ଟରନାଲ୍ ଷ୍ଟୋରେଜ୍ ଦିଆଯାଇଛି। ଏହା ବ୍ୟତୀତ ରିୟର ପ୍ୟାନେଲ୍ରେ ଫିଙ୍ଗରପ୍ରିଣ୍ଟ ସ୍କାନର ଦିଆଯାଇଛି। ସିକ୍ୟୁରିଟି ପାଇଁ ଏହି ଫୋନ୍ରେ ସେଲ୍ଫି କ୍ୟାମେରା ବେସ୍ଡ ଫେସ୍ ଅନ୍ଲକ୍ ସିଷ୍ଟମ୍ ଦିଆଯାଇଛି।
itel Vision 1ରେ ଫଟୋଗ୍ରାଫି ପାଇଁ ଏଲ୍ଇଡି ଫ୍ଲାଶ୍ ସହ ଡୁଆଲ୍ ରିୟର କ୍ୟାମେରା ଦିଆଯାଇଛି। ଏହାର ପ୍ରାଇମେରୀ କ୍ୟାମେରା ୮ ମେଗାପିକ୍ସେଲ ହୋଇଥିବାବେଳେ ସେକେଣ୍ଡାରି କ୍ୟାମେରାଟି ୦.୦୮ ମେଗାପିକ୍ସେଲ୍ର ରହିଛି।
ସେଲ୍ଫି ପାଇଁ ଏଥିରେ ୫ ମେଗାପିକ୍ସେଲ୍ର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଏଥିରେ AI ବେସ୍ଡ କ୍ୟାମେରା ଫିଲ୍ଟର ଓ ଷ୍ଟିକର୍ସ ମଧ୍ୟ ଦିଆଯାଇଛି। ଏଥିସହ ଏହି ଫୋନ୍ରେ 4,000mAh ର ବ୍ୟାଟେରୀ ଓ କନେକ୍ଟିଭିଟି ପାଇଁ 4G LTE ସପୋର୍ଟ ଦିଆଯାଇଛି। ଫୋନ୍ଟି ଗ୍ରେଡିଏଶନ୍ ବ୍ଲୁ ଓ ପର୍ପଲ ରଙ୍ଗରେ ଉପଲବ୍ଧ ହେଉଛି।
from Odisha Reporter https://ift.tt/2HyGCX2
No comments:
Post a Comment