ଦିଲ୍ଲୀରେ ଆର୍ମି ମୁତୟନ ପାଇଁ କେଜ୍ରିଙ୍କ ନିବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 25, 2020

ଦିଲ୍ଲୀରେ ଆର୍ମି ମୁତୟନ ପାଇଁ କେଜ୍ରିଙ୍କ ନିବେଦନ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀରେ ସୃଷ୍ଟି ହୋଇଥିବା ଦଙ୍ଗା ପରିସ୍ଥିତି ଏବେ ଅସମ୍ଭାଳ ସ୍ଥିତିରେ ପହଞ୍ଚି ଯାଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଘନଘନ ବୈଠକ କରୁଥିବା କେଜ୍ରିୱାଲ ପୂରା ସ୍ଥିତି ଉପରେ ନଜର ରଖିଛନ୍ତି।

ସ୍ଥିତି ନିୟନ୍ତ୍ରଣ ପାଇଁ ଦିଲ୍ଲୀ ପୁଲିସ୍ ଓ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି। ତଥାପି ଦିଲ୍ଲୀରେ ହିଂସା କମୁନାହିଁ। ଏଭଳି ସାଂଘାତିକ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେନା ଯବାନଙ୍କୁ ଦିଲ୍ଲୀକୁ ଅଣାଯିବା ଦରକାର ବୋଲି କେଜ୍ରିୱାଲ କହିଛନ୍ତି। ଏନେଇ ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିବେ ବୋଲି ସୂଚନା ଦେଇଛନ୍ତି।

କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି ଯେ “ରାତି ତମାମ ମୁଁ ଅନେକ ଲୋକ ଓ ଅଧିକାରୀଙ୍କ ଯୋଗାଯୋଗରେ ରହିଛି। ପରିସ୍ଥିତି ସାଂଘାତିକ ରହିଛି। ପୁଲିସ୍‌ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଯଥା ସମ୍ଭବ ଚେଷ୍ଟା କରୁଥିଲେ ହେଁ ଏଥିରେ ସଫଳତା ପାଇ ପାରିନାହିଁ। ତେଣୁ ତୁରନ୍ତ ଦିଲ୍ଲୀରେ ଆର୍ମି ଯବାନଙ୍କୁ ମୁତୟନ କରାଯିବା ଦରକାର। ସେହିପରି ପ୍ରଭାବିତ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଉ।”

ଗତକାଲି ସ୍ଥିତିକୁ ଦେଖି ଆର୍ମିକୁ ମୁତୟନ କରାଯିବ ବୋଲି ଖବର ପ୍ରକାଶ ପାଇଥିଲା। ତେବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହାକୁ ଖଣ୍ଡନ କରିଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ସଂଖ୍ୟକ ପୁଲିସ୍‌ ଓ ଅର୍ଦ୍ଧସାମରିକ ବାହିନୀ ଦିଲ୍ଲୀରେ ଅଛନ୍ତି ବୋଲି ମନ୍ତ୍ରଣାଳୟ କହିଥିଲା। ହେଲେ ଏବେ କେଜ୍ରିୱାଲ ଆର୍ମି ମୁତୟନ ପାଇଁ ଦାବି କରିଛନ୍ତି।



from Odisha Reporter https://ift.tt/385Qjr3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages