ଦିଲ୍ଲୀର ଦିଲ୍‌ରେ ପ୍ରଥମେ କେମିତି ଲାଗିଥିଲା ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 25, 2020

ଦିଲ୍ଲୀର ଦିଲ୍‌ରେ ପ୍ରଥମେ କେମିତି ଲାଗିଥିଲା ନିଆଁ

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀର ସ୍ଥିତି ଏବେ ସାଂଘାତିକ। ଦଙ୍ଗାକାରୀଙ୍କ ଯୋଗୁ ଦିଲ୍ଲୀର ଦିଲରେ ଏବେ ନିଆଁ ଜଳୁଛି। ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଯୋଗୁ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮୯ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପୁଲିସ୍‌ କର୍ମଚାରୀ ରହିଛନ୍ତି।

ତେବେ ରବିବାର ସୃଷ୍ଟି ହୋଇଥିବା ଚାପା ଉତ୍ତେଜନା ସୋମବାର ଭୟଙ୍କର ରୂପ ଧାରଣ କରିଥିଲା। କ୍ରମଶଃ ଏହା ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ତେବେ ଏହି ହିଂସା ସୃଷ୍ଟି ହେବାର କାରଣ କ’ଣ? କାହିଁକି ଦିଲ୍ଲୀରେ ଏଭଳି ପରିସ୍ଥିତି ସୃଷ୍ଟି ହେଲା, ଆସନ୍ତୁ ଜାଣିବା।

ରବିବାର ଦିନ ଶତାଧିକ ଲୋକ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ବିକ୍ଷୋଭ ଆରମ୍ଭ କରିଥିଲେ। ସେମାନେ ଉତ୍ତର ପୂର୍ବ ଦିଲ୍ଲୀର ଜାଫରାବାଦ ମେଟ୍ରୋ ଷ୍ଟେସନ ଅଞ୍ଚଳର ଗୋଟିଏ ରାସ୍ତାକୁ ବନ୍ଦ କରି ସିଏଏକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଏଥିପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

ଠିକ୍‌ ଏହି ସମୟରେ ଜାଫରାବାଦ ଆନ୍ଦୋଳନକୁ ଦେଖି ବିଜେପି ନେତା କପିଲ ମିଶ୍ରା ବିବାଦୀୟ ବୟାନ ଦେବା ସହ ସିଏଏ ସପକ୍ଷବାଦୀଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ। ସିଏଏ ସପକ୍ଷବାଦୀମାନେ ଏକାଠି ହୋଇ ଜାଫରାବାଦରେ ବିକ୍ଷୋଭ ଆରମ୍ଭ କରିଥିଲେ। ସେମାନେ ସିଏଏ ସପକ୍ଷରେ ନାରାବାଜି କରିଥିଲେ। ଏହାକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ପଥରମାଡ଼ ଆରମ୍ଭ ହୋଇଯାଇଥିଲା।

ଦୁଇ ପକ୍ଷର ଲୋକ ପରସ୍ପରକୁ ଆକ୍ରମଣ କରିଥିଲେ। ଏହାର ଫାଇଦା ନେଇ କିଛି ଦୁର୍ବୃତ୍ତ ସାଧାରଣ ଲୋକଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ସେମାନଙ୍କ ଆକ୍ରୋଶରୁ ଗଣମାଧ୍ୟମ ପ୍ରତିନିଧି ଓ ପୁଲିସ୍‌ କର୍ମଚାରୀ ମଧ୍ୟ ବର୍ତ୍ତି ପାରି ନଥିଲେ।

ଏହି ଗୋଷ୍ଠୀ ସଂଘର୍ଷକୁ ନେଇ ରାତି ତମାମ ଉଭୟ ପକ୍ଷଙ୍କ ମଧ୍ୟରେ ଛକା ପଞ୍ଝା ଜାରି ରହିଥିଲା। ସୋମବାର ସକାଳୁ ଜାଫରାବାଦ, ଚାନ୍ଦବାଗ, ସୀଲାମପୁର, ଭଜନପୁରା ଭଳି ଅଞ୍ଚଳରେ ବ୍ୟାପକ ପୋଡ଼ା ଜଳା ଦେଖିବାକୁ ମିଳିଥିଲା।

ରାସ୍ତା ଉପରେ ଶତାଧିକ ଲୋକ ପରସ୍ପରକୁ ପଥର, ଲୁହା ରଡ, ଖଣ୍ଡା, ବନ୍ଧୁକ ଓ କାଠ ଫାଳିଆରେ ଆକ୍ରମଣ କରିଥିଲେ। ପୁଲିସ୍‌ ଲୋକଙ୍କୁ ହଠାଇବା ପାଇଁ ଲୁହ ବୁହା ଗ୍ୟାସ ଓ ରବର ବୁଲେଟ ମାଡ଼ କରିଥିଲା। ତଥାପି ଲୋକମାନେ ବନ୍ଧୁକ ଦ୍ୱାରା ପୁଲିସ୍‌କୁ ଆକ୍ରମଣ କରିଥିଲେ। ଫଳରେ ଜଣେ ହେଡ କନଷ୍ଟେବଲଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୪ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିଲେ।

ଏହାକୁ ନେଇ ପୂରା ଉତ୍ତର ପୂର୍ବ ଦିଲ୍ଲୀରେ ନିଆଁ ଜଳିବା ଆରମ୍ଭ ହୋଇଥିଲା। ଦୋକାନ ବଜାର ଠାରୁ ଆରମ୍ଭ କରି ଗାଡ଼ି ମୋଟର ପୋଡ଼ା ଯାଇଥିଲା। ଗତକାଲି ସୁଦ୍ଧା ମୃତ୍ୟୁସଂଖ୍ୟା ୧୩ ଥିବା ବେଳେ ଆଜି ଏହା ୨୦କୁ ବୃଦ୍ଧି ପାଇଲାଣି।



from Odisha Reporter https://ift.tt/37VGlYV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages