ରାଇସ ମିଲ୍‌ ଯାଉଥିଲା, ଓଲଟି ପଡ଼ିଲା ଧାନ ବୋଝେଇ ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 11, 2020

ରାଇସ ମିଲ୍‌ ଯାଉଥିଲା, ଓଲଟି ପଡ଼ିଲା ଧାନ ବୋଝେଇ ଟ୍ରକ୍‌

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଟାଉନ ଥାନା ଅର୍ନ୍ତଗତ ବାଇପାସ୍‌ ଛକଠାରେ ରାସ୍ତା ଉପରେ ଏକ ଧାନ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାଯାଇଛି। ଗତକାଲି ବିଳମ୍ବିତ ରାତିରେ ତିହିଡି ବ୍ଲକ ଭାଟପଡା ସୋସାଇଟିରୁ ଧାନ ନେଇ ଟ୍ରକ୍‌ଟି ଚରମ୍ପା ପିପି ରାଇସ ମିଲ୍‌ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ଏହି ଟ୍ରକ୍‌ରେ ପ୍ରାୟ ୧୮ ଟନ୍‌ରୁ ଅଧିକ ଧାନ ବୋଝେଇ ହୋଇଥିବା ଜଣାପଡିଛି। ଦୁର୍ଘଟଣାରେ ଧନ ଜୀବନ କ୍ଷତି ହୋଇନଥିଲେ ମଧ୍ୟ ଓଭରଲୋଡ କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।



from Odisha Reporter https://ift.tt/2HcBMPd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages