ଘର ଲୋକଙ୍କୁ ଲୁଚାଇ ଟି ସୌରୀ ଗାଇଥିଲେ ‘ସୀତା ଲୋ…’ ଗୀତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 11, 2020

ଘର ଲୋକଙ୍କୁ ଲୁଚାଇ ଟି ସୌରୀ ଗାଇଥିଲେ ‘ସୀତା ଲୋ…’ ଗୀତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଉଦଣ୍ଡିସୀତା’ ଫିଲ୍ମର ‘ସୀତା ଲୋ ଜଳୁଛି ଯାହାର ଚିତା ଲୋ’ ଗୀତ ଶୁଣିଲା ମାତ୍ରେ ମନେ ପଡ଼ିଯା’ନ୍ତି ଗାୟକ ଟି ସୌରୀ। ସେତେବେଳେ ସେ ଗୀତ ଖୁବ୍ ହିଟ୍ ହୋଇଥିବା ବେଳେ ଆଜି ବି ଏହାର କ୍ରେଜ୍ ରହିଛି। ମେଲୋଡି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଏ ଗୀତକୁ ଲୋକେ ଶୁଣିବାକୁ ପସନ୍ଦ କରୁଛନ୍ତି। ତେବେ ଏହି ଗୀତ ଗାଇବା ପାଇଁ ଅଫର୍ ପାଇବା ପରେ ସେ ତାଙ୍କ ଘର ଲୋକଙ୍କୁ କିଛି କହି ନଥିଲେ। ଘର ଲୋକଙ୍କୁ ଲୁଚାଇ ସେ ଏହି ଗୀତ ଗାଇଥିଲେ। ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ‘ରେଡିଓ ଟାଇମ୍‌ ୱିଥ୍‌ ଅନନ୍ୟା’ର ଏକ ଏପିସୋଡ୍‌ରେ ଯୋଗ ଦେଇ ସେ ନିଜେ ଏ କଥା କହିଥିଲେ।

ଟି ସୌରୀ କହିଥିଲେ ଯେ ସଙ୍ଗୀତ ଗୋଟେ ନିଶା। ଲୋକଙ୍କ ସହ ସେ ସଙ୍ଗୀତ ମାଧ୍ୟମରେ ହିଁ ଯୋଡ଼ି ହେବାକୁ ଚେଷ୍ଟା କରନ୍ତି।  କଲେଜ୍‌ରେ ପଢୁଥିବା ବେଳେ ‘ଉଦଣ୍ଡିସୀତା’ ଫିଲ୍ମର ‘ସୀତା ଲୋ ଜଳୁଛି ଯାହାର ଚିତା ଲୋ’ ଗୀତ ଗାଇବା ପାଇଁ ଅଫର୍ ପାଇଥିଲେ। ତା’ ପୂର୍ବରୁ ସେ ଛୋଟ ଛୋଟ ପ୍ରୋଗାମରେ ଗୀତ ଗାଉଥିଲେ। ପ୍ରତି ପ୍ରୋଗାମ୍‌ ପାଇଁ ତାଙ୍କୁ ୫୦ଟଙ୍କା ମିଳୁଥିଲା।

ସେ ଆହୁରି କହିଥିଲେ ଯେ ଉଦଣ୍ଡିସୀତା ଫିଲ୍ମରେ ଗାଇବା ପାଇଁ ଯେତେବେଳେ ଅଫର ଆସିଲା ସେ ଏକଥା ତାଙ୍କ ପରିବାର ଲୋକଙ୍କୁ ଜଣାଇ ନଥିଲେ। କାରଣ ସେତେବେଳେ ତାଙ୍କ ଘରର ଆର୍ଥିକ ଅବସ୍ଥା ଠିକ୍‌ ନଥିଲା। ପରିବାର ଲୋକ ଚାହୁଁଥିଲେ ସେ ପାଠ ପଢ଼ି ଚାକିରି କରନ୍ତୁ। ସେଥିପାଇଁ ସେମାନେ ସଙ୍ଗୀତ କ୍ଷେତ୍ରରେ ତାଙ୍କୁ ଏତେଟା ସହଯୋଗ କରୁ ନଥିଲେ। ଏହାପରେ ସେ ଷ୍ଟୁଡିଓ ଯାଇ ‘ସୀତା ଲୋ…’ ଗୀତକୁ ଗାଇଥିଲେ। ‘ଉଦଣ୍ଡିସୀତା’ ଫିଲ୍ମ ରିଲିଜ୍ ହେବା ପରେ ଯାଇ ସେ ପରିବାର ଲୋକଙ୍କୁ ଏହି ଗୀତ ଗାଇଥିବା କହିଥିଲେ।

 



from Odisha Reporter https://ift.tt/31SkK2f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages