ମୁମ୍ବାଇ: ଶୁକ୍ରବାର ରିଲିଜ୍ ହୋଇଛି ସୈଫ୍ ଅଲୀ ଖାନ୍ଙ୍କ ଅଭିନୀତ ଫିଲ୍ମ ‘ଜୱାନୀ ଜାନେମନ୍’। ଆଉ ଏଥିରେ ଡେବ୍ୟୁ କରିଛନ୍ତି ଅଭିନେତ୍ରୀ ପୂଜା ବେଦୀଙ୍କ ଝିଅ ଆଲିଆ। ଫିଲ୍ମଟି ବକ୍ସ ଅଫିସ୍ରେ ବିଶେଷ କିଛି କମାଲ ନ କରିପାରିଥିଲେ ମଧ୍ୟ ଆଲିଆଙ୍କ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଛି। କେବଳ ଦର୍ଶକ ନୁହନ୍ତି, ବଲିଉଡର କିଛି ସେଲେବ୍ରିଟି ତଥା ବଡ଼ ବଡ଼ ନିର୍ଦ୍ଦେଶକଙ୍କୁ ମଧ୍ୟ ତାଙ୍କ ଅଭିନୟ ବେଶ୍ ଭଲ ଲାଗିଛି। ଆଲିଆଙ୍କ ଅଭିନୟରେ ଇମ୍ପ୍ରେସ୍ ହୋଇ ତାଙ୍କୁ ଜଣେ ବଡ଼ ଫିଲ୍ମ ନିର୍ମାତା ବିଗ୍ ଅଫର୍ ବି ଦେଇଛନ୍ତି। ଆଉ କାଳବିଳମ୍ବ ନ କରି ଆଲିଆ ମଧ୍ୟ ହିଁ ଭରି ଦେଇଛନ୍ତି।
ସେ ନିର୍ମାତା ଜଣଙ୍କ ହେଉଛନ୍ତି କରଣ ଜୋହର। ତାଙ୍କ ଫିଲ୍ମ ‘ଷ୍ଟୁଭେଣ୍ଟ ଅଫ୍ ଦ ଇୟର-୩’ରେ ଆଲିଆଙ୍କୁ ଦେଖିବାକୁ ମିଳିବ। ଖୁବ୍ଶୀଘ୍ର ଏହାର ଶୁଟିଂ ବ୍ୟାଙ୍କକରେ ଆରମ୍ଭ ହେବ।
ଆଲିଆଙ୍କ ଫିଲ୍ମ ‘ଜୱାନୀ ଜାନେମନ୍’ ବକ୍ସ ଅଫିସ୍ରେ ଏତେ ଭଲ ପ୍ରଦର୍ଶନ କରିପାରିନାହିଁ। ଫିଲ୍ମଟି ପ୍ରଥମ ଦିନରେ ୩.୨୪ କୋଟି ଟଙ୍କା ଆୟ କରିଥିବାବେଳେ ଦ୍ୱିତୀୟ ଦିନରେ ଏହା ୪.୫୦ କୋଟି ଟଙ୍କା ଆୟ କରିଛି। ତେବେ ଆଜି ରବିବାର ଥିବାରୁ ଫିଲ୍ମଟି ଆଉ ଟିକେ ଭଲ ଆୟ କରିପାରେ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ, ରୋମାଣ୍ଟିକ କମେଡି ସିନେମା ‘ଜୱାନୀ ଜାନେମନ୍’ରେ ବାପଝିଅଙ୍କ ଇମୋସନ୍ ସହ ବହୁତ କମେଡି ମଧ୍ୟ ରହିଛି। ସୈଫ୍ଙ୍କୁ ଏଥିରେ ପୁଣି ପୂର୍ବ ଅନ୍ଦାଜରେ ଦେଖିବାକୁ ମିଳିଛି। ଆଲିଆ ଓ ସୈଫ୍ଙ୍କ ବ୍ୟତୀତ ଏହି ଫିଲ୍ମରେ ତବୁ ମଧ୍ୟ ଅଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନୀତିନ୍ କକ୍କର।
from Odisha Reporter https://ift.tt/390Z1HE
No comments:
Post a Comment