ବିପ୍ଳବୀ କବି ରବି ସିଂଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 1, 2020

ବିପ୍ଳବୀ କବି ରବି ସିଂଙ୍କ ପରଲୋକ

କଟକ (ପ୍ରଭାତ ବିଷୋୟୀ): ବିପ୍ଳବୀ କବି ରବି ସିଂଙ୍କର ଆଜି ପରଲୋକ ହୋଇଯାଇଛି। କଟକ ସ୍ଥିତ ଖପୁରିଆ ବାସଭବନରେ ଆଜି ଭୋରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ସେ କଟକ ବଡ଼ ଡାକ୍ତରଖାନାରେ ମାସେରୁ ଅଧିକ ଦିନ ଭର୍ତ୍ତି ହୋଇଥିଲେ। ତାଙ୍କୁ ସେଠାରେ ଆଇସିୟୁରେ ରଖାଯାଇଥିଲା। ସେହିପରି ତାରୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ମଧ୍ୟ ଭର୍ତ୍ତି କରାଯାଇଥିଲା।

କବି ରବି ସିଂହ ‘ପଥପ୍ରାନ୍ତର କବିତା’, ‘ଅପ୍ରୀତିକର କବିତା’, ‘ପଦାତିକ’, ‘ବିଷବାଣୀ’, ‘କ୍ଷତ’, ‘ଲାଲ୍ ପାଗୋଡ଼ାର ପ୍ରେତ’, ‘ଭଙ୍ଗା ହାତର କବିତା’ ଓ ‘ସର୍ବହରା’ ଭଳି ଏକାଧିକ ପୁସ୍ତକର ପ୍ରଣେତା। ଓଡ଼ିଆ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୭ ମସିହାରେ ତାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାସହ୧୯୬୧ରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ।

 



from Odisha Reporter https://ift.tt/31nSunV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages